କଲେଜ ଖୋଲା, ପିକନିକରେ ହାଇଦ୍ରାବାଦ ଯାଇଛନ୍ତି ୨୭ ସାର୍ : ସାମ୍ନାକୁ ଆସିଲା ବାଙ୍ଗିରିପୋଷୀ ଲକ୍ଷ୍ମୀକାନ୍ତ କଲେଜ କର୍ତ୍ତୃପକ୍ଷଙ୍କ କାରନାମା

Advertisment
କଲେଜ ଖୋଲା, ପିକନିକରେ ହାଇଦ୍ରାବାଦ ଯାଇଛନ୍ତି ୨୭ ସାର୍ : ସାମ୍ନାକୁ ଆସିଲା ବାଙ୍ଗିରିପୋଷୀ ଲକ୍ଷ୍ମୀକାନ୍ତ କଲେଜ କର୍ତ୍ତୃପକ୍ଷଙ୍କ କାରନାମା

କନକ ବ୍ୟୁରୋ : ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତିି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ପାଇଁ ତ କହିଲେ ନସରେ । ଏଠାରେ କିନ୍ତୁ କିଛି ଦାୟିତ୍ୱହୀନ ସରକାରୀ କର୍ମଚାରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ଯେଉଁଥିପାଇଁ ସରକାର ଆଜି ବଦନାମ ହେଉଛନ୍ତି । ଏମିତି ଏକ ଘଟଣାର ଗୁମର ଖୋଲିଛି କନକ ନ୍ୟୁଜ  ।

publive-image

ହଠାତ୍ କ୍ୟାମେରା ଦେଖି ଇତସ୍ତତ କଲେଜ କର୍ମଚାରୀ । ଗତ ଶନିବାର ଦିନ ବିନା ସରକାରୀ ଛୁଟିରେ ବି ଶୂନଶାନ ଥିଲା କଲେଜ ପରିସର । ନା ଥିଲେ ଛାତ୍ରଛାତ୍ରୀ ନା କଲେଜ ଷ୍ଟାଫ୍ । କଲେଜରେ ମୋଟ୍ ୧୫ଶହରୁ ଅଧିକ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ୪୨ଜଣ ରେଗୁଲାର ଓ କଂଟ୍ରାକ୍ଟ ଚୁଆଲ୍ ଅଧ୍ୟାପକ, କିରାଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ  ଅଛନ୍ତି । ହେଲେ ସେଦିନ କେବଳ  ମାତ୍ର ୧୦-୧୨ ଜଣ ଷ୍ଟାଫଙ୍କୁ ଦେଖିବାକୁ ମିଳିଥିଲା  । ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବ । କଲେଜ ଅଧ୍ୟକ୍ଷାଙ୍କ ସମେତ  ୨୭ଜଣ ଷ୍ଟାଫ ଛୁଟି ନେଇ ହାଇଦ୍ରାବାଦ ବୁଲି ଯାଇଥିବାରୁ କଲେଜର ଏଭଳି ଅବସ୍ଥା । ଆଉ ଏହି ଘଟଣାକୁ ସ୍ୱୀକାର କରିଛନ୍ତି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ।

publive-image

ଏ ସଂପର୍କରେ କଲେଜ ଅଧ୍ୟକ୍ଷା ଡ.ପୁଷ୍ପାରାଣୀ ପାତ୍ରଙ୍କ ସହ ପରାମର୍ଶ କରିଥିଲେ କନକ ନ୍ୟୁଜ୍ ପ୍ରତିନିଧି । ହେଲେ ଛୁଟି ତାଲିକା ଭିତରେ ସେ ଥିବାରୁ ଏ ବିଷୟରେ ମୁହଁ ଖୋଲିବା ମନା କରିଦେଇଥିଲେ ।  ତେବେ ଏଠି ପ୍ରଶ୍ନ ଉଠୁଛି , ଗୋଟିଏ କଲେଜରୁ ଗୋଟିଏ ଦିନରେ ୨୭ଜଣଙ୍କୁ ଏକପ୍ରକାରର ଛୁଟି ମଞ୍ଜୁର କଲା କିଏ? କଲେଜ ଅଧ୍ୟକ୍ଷା ଅନୁପସ୍ଥିତ ରହିବା ନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେଇଥିଲେ କି ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ସି.ଏଲ ମାଧ୍ୟମରେ ସମସ୍ତେ ରାଜ୍ୟ ବାହାରକୁ ଗଲେ କେମିତି? ନିୟମ ଅନୁସାରେ କେବଳ ଜରୁରୀ କାଳୀନ ପରିସ୍ଥିତିରେ ହିଁ ସି.ଏଲ. ମାଧ୍ୟମରେ ଜଣେ ସରକାରୀ କର୍ମଚାରୀ ଛୁଟିନେଇ କର୍ମକ୍ଷେତ୍ର ଠାରୁ ମାତ୍ର ୮କି.ମି. ଦୂରତା ମଧ୍ୟରେ ରହିପାରିବେ । ହେଲେ ଏଠାରେ ସରକାରୀ ନିୟମକୁ ଫୁ କରି ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ ।

publive-image

ତେବେ ଏହି ଦାୟିତ୍ୱହୀନ କଲେଜ ଅଧ୍ୟକ୍ଷ ଓ କଲେଜର ଅନୁପସ୍ଥିତ ଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କ ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe