କରୋନା ଜନିତ ମୃତ୍ୟୁରେ ମଧ୍ୟ ସର୍ବକାଳୀନ ରେକର୍ଡ : ଦିନକରେ ଗଲା ୨୭ଜଣଙ୍କ ଜୀବନ

189

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁର ଅଲୋଡା ରେକର୍ଡ । ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୨, ୫୨୩ ସଂକ୍ରମିତ । ସେହିପରି ୨୪ ଘଂଟାରେ ୨୭ଜଣଙ୍କ ମୃତ୍ୟୁ ହୋଇଛି ।  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାପ୍ତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅପରପକ୍ଷରେ ନୂଆପଡ଼ା, ରାୟଗଡା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଠିକ୍ ସେହିପରି କଳାହାଣ୍ଡିରୁ ୨ ଜଣ, ବରଗଡ଼, ବୌଦ୍ଧ, ଗଜପତି, ଝାରସୁଗୁଡା, ବଲାଙ୍ଗୀର, ନବରଙ୍ଗପୁର, ପୁରୀ ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ନୂଆ ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।