କରୋନାକୁ ନେଇ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ତିକର ଖବର । ଗତ ୧୪ ଦିନ ଭିତରେ ଦେଶର ୪୩ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି ଗୋଟିଏ ବି ଆକ୍ରାନ୍ତ, ସ୍ଥିତି ଆକଳନ ପରେ କଟକଣା କୋହଳ ନେଇ ନିଆଯିବ ନିଷ୍ପତି ।

970

କନକ ବ୍ୟୁରୋ: କରୋନା ନେଇ ତାଜା ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । କରୋନାକୁ ନେଇ ସବୁଠାରୁ ଆଶ୍ୱସ୍ତିକର ଖବର ହେଉଛି, ଗତ ୧୪ ଦିନ ଭିତରେ ୩୦ ରାଜ୍ୟର ୪୩ ଜିଲ୍ଲାରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ୧୩୮୪ ଜଣ ଆକ୍ରାନ୍ତ ସସ୍ଥ ହୋଇଛନ୍ତି । ଭାରତରେ ମୋଟ ୨ ହଜାର ୨ଶହ ୩୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସେହିପରି ଗତ ୨୪ ଘଂଟାରେ ୨୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫୦୭କୁ ଛୁଇଁଛି । ଦେଶରେ ୩ଲକ୍ଷ ୮୬ହଜାର ୭୯୧ ନମୁନା ପରୀକ୍ଷା ହୋଇଥିବା ବେଳେ ୧୫ହଜାର ୭୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ୧୨ହଜାର ୯୬୯ ଆକ୍ଟିଭ କେସ ରହିଛି । ଅପ୍ରେଲ ୨୦ ତାରିଖ ପରେ ମଧ୍ୟ ହଟସ୍ପଟ ଅଂଚଳରେ କଟକଣା କୋହଳ କରାଯିବ ନାହିଁ । ତେବେ ସ୍ଥିତି ଆକଳନ କରିବା ପରେ କଟକଣା କୋହଳ କରିବା ନେଇ ନିଷ୍ପତି ନିଆଯିବ । ସେହିପରି ଭେକସିନ ପାଇଁ ଟାକ୍ସଫୋର୍ଟ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସରକାର