କେନ୍ଦୁଝରରୁ ବାହାନଗା ପଠାଗଲା ୨୭ ଆମ୍ବୁଲାନ୍ସ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ 

1,699

କନକ ବ୍ୟୁରୋ : ଏବେ ବି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଆହତ ଲୋକଙ୍କୁ ତୁରନ୍ତ ହସ୍ପିଟାଲକୁ ପହଞ୍ଚାଯିବା ନେଇ ବ୍ୟବସ୍ଥା କରାଯାଇଛି । ଉଦ୍ଧାରକାର୍ଯ୍ୟ କିପରି ଆହୁରି ଶୀଘ୍ର ହୋଇପାରିବ, ସେନେଇ କେନ୍ଦୁଝର ଜିଲ୍ଲାରୁ ବାହାନଗା ରେଳ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ୨୭ଟି ଆମ୍ବୁଲାନ୍ସ ।

ତେବେ ଘଟଣାସ୍ଥଳକୁ ବିଭିନ୍ନ ଜିଲ୍ଲାରୁ ଡାକ୍ତକୀ ଦଳ, ଉଦ୍ଧାରକାରୀ ଦଳ ଯାଇଛନ୍ତି । ଏଭଳି ସ୍ଥିତିରେ କେନ୍ଦୁଝରରୁ ୨୨ଟି ୧୦୮ ଆମ୍ବୁଲାନ୍ସ, ୨ଗୋଟି ଡି.ଏମ୍.ଏଫ୍ ଆମ୍ବୁଲାନ୍ସ ଏବଂ ୧୦୨ ଆମ୍ବୁଲାନ୍ସକୁ ମିଶାଇ ମୋଟ ୨୭ଟି ଆମ୍ବୁଲାନ୍ସ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ପାଇଁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।

ଅନ୍ୟପଟେ ଜରୁରୀ ସ୍ଥିତିରେ ସେଠାରୁ ଆହତ ମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଏବଂ ଡାକ୍ତରଖାନା ପ୍ରସ୍ତୁତ ଥିବା କେନ୍ଦୁଝର ସିଡିଏମଓ କିଶୋର କୁମାର ପୃଷ୍ଟି ସୂଚନା ଦେଇଛନ୍ତି।