ଦେଶରେ ୨୪ ଘଣ୍ଟାରେ ରେକର୍ଡ ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ ।

447

କନକ ବ୍ୟୁରୋ: ଦେଶରେ ୨୪ ଘଣ୍ଟାରେ ରେକର୍ଡ ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ । ୨୪ ଘଣ୍ଟାରେ ୧୫୦୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୧ ହଜାର ୩୧୬ ରହିଛି । ସେପଟେ ସୁସ୍ଥ ସଂଖ୍ୟା ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ରେ ପହଞ୍ଚିଛି ।

ସେହିପରି ଦେଶରେ ଏଯାଏଁ ୧୨ କୋଟି ୨୬ ଲକ୍ଷ ୨୨ ହଜାର ୫୯୦ ଜଣ ଟିକା ନେଇ ସାରିଲେଣି । ଏନେଇ ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ଦେଶରେ ଏବେ ଧିରେ ଧିରେ କରୋନା ସଂକ୍ରମଣ ଜଟିଳ ହେବାରେ ଲାଗିଛି । ମହାରାଷ୍ଟ୍ର, ଛତିଶଗଡ, ଗୁଜୁରାଟ ଆଜି ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । ଏସବୁକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ମଧ୍ୟ ନେଇଛନ୍ତି ସରକାର ।