କମିଶନରେଟ୍ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ : ୨୬୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

କମିଶନରେଟ୍ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ : ୨୬୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

କନକ ବ୍ୟୁରୋ : କମିଶନରେଟ୍ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ । ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି । କ୍ୱାଟ୍ ଓ ବାଲିଅନ୍ତା ଥାନା ପୋଲିସ କେସୁରା ଅଂଚଳରୁ ମୃଣାଳ ସାମଲକୁ ଗିରଫ କରିଛି । ତା ନିକଟରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । କମିଶନରେଟ୍ ପୋଲିସ ବର୍ଷେ ମଧ୍ୟରେ ୧୦ କେଜି ବ୍ରାଉନସୁଗାର ଜବତ କରିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଉଭୟ ଭୁବନେଶ୍ୱର ଓ କଟକ ୟୁପିଡି ପୋଲିସ ୧୦ କେଜି ବ୍ରାଉନସୁଗାର ଜବତ କରିଛି । ଯାହର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ । ସେହିପରି ବର୍ଷେ ମଧ୍ୟରେ ୩୩ଟି ମାମଲା ହୋଇଛି ଓ ୬୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଏହା ସହ ୪୩ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe