କରୋନାକୁ ନେଇ ଆସିଲା ବଡ ଖବର : ରାଜ୍ୟରେ ଆଉ ୨୬ କରୋନା ପଜିଟିଭ: ଗଂଜାମରୁ ୧୯, କେନ୍ଦ୍ରାପଡାରୁ ୫ ଏବଂ ଭଦ୍ରକରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି

1,254

କନକ ବ୍ୟୁରୋ: କରୋନାକୁ ନେଇ ଆସିଲା ବଡ ଖବର । ରାଜ୍ୟରେ ପୁଣି ୨୬ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ଆଜି ପୁଣି ଚିହ୍ନଟ ହେଲେ ୨୬ ଜଣ ନୂଆ ଆକ୍ରାନ୍ତ । ତେବେ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ୨୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୨ ଏବଂ କେନ୍ଦ୍ରାପଡାରୁ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଫଳରେ ଗଜାମ ଜିଲ୍ଲାରେ ଆକ୍ରାନ୍ତଙ୍କୁ ସଂଖ୍ୟା ୪୭କୁ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ରାପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଛୁଇଁଲା ଏବଂ ଭଦ୍ରକରେ ୮ରେ ପହଂଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଂଜାମ, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଏମାନେ କେଉଁ ଅଂଚଳର ଏବଂ ଏମାନଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ରହିଛି ଏବଂ ଏମାନେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେନେଇ କୌଣସି ତଥ୍ୟ ସ୍ପଷ୍ଟ କରିନି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ଅନ୍ୟପଟେ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଥିବା ବେଳେ ୧୮୧ଟି ସଂକ୍ରିୟ କେସ ରହିଛି ଏବଂ ୬୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ଜଣଙ୍କ ମୃତ୍ୟୁ ହୋଇଛି ।