ମହାରାଷ୍ଟ୍ରରେ ଯବାନଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ୨୬ ମାଓବାଦୀ ମୃତ

176

କନକ ବ୍ୟୁରୋ: ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟର, ୨୬ ମାଓବାଦୀ ମୃତ । ଏନକାଣ୍ଟରରେ ୪ ଯବାନ ଆହତ ହୋଇଥିବା ସୂଚନା । କିଛି ମାଓନେତାଙ୍କର ବି ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ ସହ ହୋଇଥିଲା ଏନକାଉଣ୍ଟର ।

ସୂଚନା ମୁତାବକ ମୁମ୍ବାଇରୁ ୯୨୦ କିଲୋମିଟର ଦୂର ଦୂର ଜିଲ୍ଲାର ଗ୍ୟାରହବତୀ ବନାଞ୍ଚଳର ଧନୋରା ଠାରେ ଶନିବାର ଦିନ ପୋଲିସ ମାଓ ଦମନ ଅଭିଯାନ ଚଳାଇଥିଲା । ଏହି ସମୟରେ ନକ୍ସଲ ଓ ପୋଲିସଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା ଏଥିରେ ଏବେ ୨୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଇଛି ।

କହିରଖୁ କି ସାରା ଦେଶରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଓ ଦମନ ଅଭିଯାନ ଚାଲିଛି । ଏହି କ୍ରମରେ ଦେଶର ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ସ୍ଥାନୀୟ ପୋଲିସ, ସିଆରପିଏଫ ଓ ବିଏସଏଫ ଯବାନମାନଙ୍କୁ ମୁତୟନ କରାଯାଇଛି । ନକ୍ସଲମାନଙ୍କ କାର୍ୟ୍ୟାକଳାପକୁ ନଜର କରି ସେମାନଙ୍କୁ ଦମନ କରିବା ପାଇଁ ସରକାର ଯବାନମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦେଉଛନ୍ତି ।