କନକ ବ୍ୟୁରୋ: ବ୍ରିଟେନ ନିର୍ବାଚନରେ ଚମକିଲେ ଭାରତୀୟ ବଂଶୋଦ୍ଭବ । ୨୬ଜଣ ଭାରତୀୟ ବଂଶୋଦ୍ଭମ ବ୍ରିଟେନ ହାଉସ ଅଫ କମର୍ସକୁ ନିର୍ବାଚିତ ହୋଇଛନ୍ତି ସାଂସଦ ହୋଇଛ୍ତି । କିଛି ନୂଆ କିଛି ପୁରୁଣା ଚେହେରା ଏଥରକ ନିର୍ବାଚନରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ପୂର୍ବତନ ଗୃହମନ୍ତ୍ରୀ ସୁଏଲ ବ୍ରେବରମ୍ୟାନ, ପ୍ରୀତି ପଟେଲ ପରି ପ୍ରମୁଖ ଚେହେରା ରହିଛନ୍ତି । ସେହିପରି ଗଗନ ମହେନ୍ଦ୍ରା, ଶିବାନୀ ରାଜା, ସୀମା ମାଲୋହୋତ୍ରା. ଲିଜା ନନ୍ଦୀ, ମୁନୀରା ୱେଲସନ, ଶିବାନୀ ରାଜ, କନିଷ୍କା ନାରାୟଣ, ନଭେନ୍ଦୁ ମିଶ୍ର, ସତବୀର କୌର, ମଧ୍ୟ ନିଜ ନିଜ ଆସନରୁ ଜିତ ହାସଲ କରିଛନ୍ତି । ସୂଚନା ଅନସାରେ କଂଜରଭେଟିବ ଦଳ ଅପେକ୍ଷା ଲେବର ପାର୍ଟିରେ ଥିବା ଅଧିକାଂଶ ଭାରତୀୟ ବଂଶୋଦ୍ଭବ ନିର୍ବାଚନରେ ବିଜୟୀ ହୋଇଛନ୍ତି । ବିଟ୍ରେନ ସାଧାରଣ ନିର୍ବାଚନରେ ଏହା ଏକ ବିରଳ ଘଟଣା କହିଲେ କିଛି ଭୁଲହେବନି।