କନକ ବ୍ୟୁରୋ: ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍ । ବିଧାୟକ ପଦ ଯାଇଥିଲେ ବି ଘର ଛାଡିନଥିବା ବିଧାୟକଙ୍କୁ ତୁରନ୍ତ କ୍ୱାଟର୍ସ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ବାସଭବନ ନଛାଡିଲେ ବିଜୁଳି ଓ ପାଣି ସଂଯୋଗ କଟାଯିବ ବୋଲି ବାଚସ୍ପତି କହିଛନ୍ତି ।
ତେବେ ବେଆଇନ ଭାବେ ୨୬ ଜଣ ପୂର୍ବତନ ବିଧାୟକ ସରକାରୀ ଘର ମାଡି ବସିଥିବା ଜଣାପଡିଥିଲା । ଗତ ଜୁନ ମାସରୁ ଆଲଟମେଂଟ ବାତିଲ ହୋଇଥିବାବେଳେ ସରକାରୀ ଘର ଛାଡି ନାହାନ୍ତି ଅନେକ ହେଭିୱେଟ୍ ନେତା । ଘର ଛାଡିନଥିବା ୨୬ ଜଣ ପୂର୍ବତନ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦାମ ରାଉତ, ନନ୍ଦିନୀ ଦେବୀ, ପ୍ରଭାତ କୁମାର ତ୍ରିପାଠୀ, ପୂର୍ବତନ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପୁଷ୍ପେନ୍ଦ୍ର ସିଂଦେଓ, ସଂଜୟ ଦାସ ବର୍ମା, ଭୂଜବଳ ମାଝ. ଦେବାଶିଷ ନାୟକ, ଗୋଲକ ବିହାରୀ ନାୟକ, କିଶୋର ତରାଇ, ମହେଶ ସାହୁ, ନୀତିଶ ଗଙ୍ଗଦେବ, ରମେଶ ମାଝୀ, ସଞ୍ଜୀବ ସାହୁ, ସରୋଜିନୀ ହେମ୍ବ୍ରମ, ଝିନ ହିକକାଙ୍କଭଳି ବରିଷ୍ଠ ନେତା କ୍ୱାଟର୍ସ ଛାଡି ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/PATRA-1.jpg)
/kanak/media/post_attachments/wp-content/uploads/2019/09/surya-300x169.jpg)