ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କହିଲେ, ମୁମ୍ବାଇ ଆକ୍ରମଣ ପାଇଁ ପାକିସ୍ତାନରୁ ହୋଇଥିଲା ଷଡଯନ୍ତ୍ର 

364

୨୦୦୮  ମୁମ୍ବାଇ ଆକ୍ରମଣ ଷଡଯନ୍ତ୍ର ପାକିସ୍ତାନରେ ରଚାଯାଇଥିଲା ଓ ଏହା ପଛରେ ଆତଙ୍କବାଦୀ ସଙ୍ଗଠନ ଲସ୍କରର ହାତ ଥିଲା ।  ପ୍ରଥମ ଥର ପାଇଁ ଏହା ସ୍ୱୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ୱାଂଶିଟନ ପୋଷ୍ଟକୁ ଏକ ସାକ୍ଷାତକାରରେ  ଇମ୍ରାନ କହିଛନ୍ତି, ଏହା ଆତଙ୍କବାଦୀ ଆକ୍ରମଣ ଘଟଣା ।  ଏଥିପାଇଁ ଯେଉଁମାନେ  ଦାୟୀ ସେମାନଙ୍କୁ ଦଣ୍ଡ ମିଳିବା ଦରକାର ।  ମାମଲା ସମାଧାନ ଯେତେଶୀଘ୍ର ହେବ ତାହା ତାଙ୍କ ଦେଶ ପାଇଁ ସେତେ ହିତକର ହେବ ।

ବର୍ତମାନ ଏହି ମାମଲାର ତଦନ୍ତ  ପାକିସ୍ତାନର ଆତଙ୍କବାଦ ନିରୋଧ  କୋର୍ଟରେ କରାଯାଉଛି ।  ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ମଗାଯାଇଛି ।  ତାକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ।  ୨୦୧୯ ନିର୍ବାଚନ ପରେ ଦୁଇଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଇମ୍ରାନ ଖାନ ଆଶାପ୍ରକାଶ କରିଛନ୍ତି ।  ପାକିସ୍ତାନ ଆତଙ୍କବାଦୀଙ୍କ ଅଭୟାରଣ୍ୟ ପାଲଟିଛି  ବୋଲି ଆମେରିକା କରିଥିବା ଅଭିଯୋଗକୁ ଇମ୍ରାନ ଖାନ ଖଣ୍ଡନ କରିଛନ୍ତି । ସେ  କହିଛନ୍ତି, ଆମେରିକା ଏ ବାବଦରେ ପ୍ରମାଣ ଦେବା ଦରକାର ।

ସେପେଟେ ମୁମ୍ବାଇ ଆକ୍ରମଣରେ ଲସ୍କରର ହାତ ଥିବା ଇମ୍ରାନ ଖାନ ସ୍ୱୀକାର କରିବା ପରେ  ପ୍ରତିକ୍ରିୟା ରଖିଛନ୍ତି ସେନାମ୍ରୁଖ୍ୟ ବିପିନ ରାୱତ ।  ସେ କହିଛନ୍ତି, ସାରା ବିଶ୍ୱ ଏ ବାବଦରେ ଜାଣିଛନ୍ତି ।  ତେଣୁ ଏହି ଆକ୍ରମଣ କିଏ କରିଛି ଓ ଏଥିରେ କାହାର ଭୂମିକା ରହିଛି ସେ ନେଇ ଭାରତ କାହାଠାରୁ ବୟାନ ଦରକାର କରେ ନାହିଁ ।