୨୬/୧୧ ମୁମ୍ବାଇ ଆକ୍ରମଣ : ଦୋଷୀକୁ ଧରାଇଦେବାକୁ ପୁରସ୍କାର ଘୋଷଣା କଲା ଆମେରିକା

ପାକିସ୍ତାନୀ ଆତଙ୍କବାଦୀ ସାଜିଦ ମୀରକୁ ଧରାଇଦେଲେ ମିଳିବ ୫୦ ଲକ୍ଷ ଡଲାର ପୁରସ୍କାର

177

କନକ ବ୍ୟୁରୋ : ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ନିକଟରେ ୧୨ଟି ବର୍ଷ ପୁରିଥିବା ବେଳେ ଆମେରିକା ପକ୍ଷରୁ ଏକ ବଡ଼ ଘୋଷଣା ହୋଇଛି  । ଏହି ଆତଙ୍କବାଦୀ ଆକ୍ରମଣ ସହ ସମ୍ପୃକ୍ତ ଥିବା ଆତଙ୍କବାଦୀ ସାଜିଦ ମୀରକୁ ଧରାଇଦେଲେ ୫ ମିଲିୟନ ଡଲାର ପୁରସ୍କାର ମିଳିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି  । ସାଜିଦ ମିର୍ ଜଣେ ପାକିସ୍ତାନୀ ଆତଙ୍କବାଦୀ  । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ସାଜିତ ମୀର ଲସ୍କର-ଇ-ତୋଇବାର ଅପରେସନ ମ୍ୟାନେଜର ଭାବେ କାମ କରୁଥିଲା  । ମୀର ଏବେ ଆମେରିକା ଗୁଇନ୍ଦା ସଂସ୍ଥା ଏଫବିଆଇର ମୋଷ୍ଟ ୱାଂଟେଡ ଲିଷ୍ଟରେ ଅଛି  ।

୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ  । ୪ ଦିନ ଧରି ଚାଲିଥିଲା ଆତଙ୍କର ତାଣ୍ଡବ  । ଶେଷରେ ସୁରକ୍ଷାକର୍ମୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ଆତଙ୍କୀଙ୍କୁ ନିପାତ କରାଯାଇଥିଲା  । ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ନିପାତ ହୋଇଥିଲେ ୯ ଜଣ  । ଜୀବନ୍ତ ଅବସ୍ଥାରେ ଧରାପଡ଼ିଥିଲା ଅଜମଲ କସାବ  । ୨୦୧୨ରେ କସାବକୁ ୟେରେୱାଡା ଜେଲରେ ଫାଶୀ ଦିଆଯାଇଥିଲା  । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୋଟ୍ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଶହରୁ ଅଧିକ ଆହତ ହୋଇଥିଲେ  ।