୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟର ମାଇଣ୍ଡ ଲଖବୀ : ଗହମ ଚାଷୀଙ୍କ ଠାରୁ ଆଦାୟ କରୁଛି ବଟି । ଜାଣନ୍ତୁ କାହିଁକି ?

28

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ବା ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ର କମାଣ୍ଡର ଜାକି-ଉର-ରହମାନ ୩ ବର୍ଷ ପରେ ପୁଣି ଲୋକଙ୍କ ସାମ୍ନାକୁ ଆସିଛି । ୨୦୧୫ ମସିହାରେ ଲାହୋର ହାଇକୋର୍ଟ ରୁ ଜାକି-ଉର-ରହମାନ ବେଲ୍ରେ ବାହାରିବା ଥିଲେ । ଏହାରି ଭିତରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ମାଷ୍ଟରମାଇଣ୍ଡ ଜଣକ କେଉଁ ଆତଙ୍କବାଦୀ କାଣ୍ଡ ପାଇଁ ପ୍ଲାନ୍ କରୁଛି ତାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ସୁଚନା ମୁତାବକ ପାକିସ୍ତାନ ର ଲାହୋର ଅଞ୍ଚଳ ଓ ପଞ୍ଜାବ ତଟବର୍ତ୍ତୀ ସୀମାରେ ଅବସ୍ଥିତ ଥିବା ଗହମ ଚାଷୀଙ୍କ ଠାରୁ ବଟି ଅଦାୟ କରୁଛି । ଭାରତୀୟ ଗୁଇନ୍ଦା ବିଭାଗ ସୁଚନା ଅନୁସାରେ ମୋଷ୍ଟ ୱାଣ୍ଟଟେଡ୍ ଆତଙ୍କବାଦୀ ଜାକି-ଉର-ରହମାନ ଓରଫ୍ ଲଖବୀ ରାୱଲପିଣ୍ଡି ର ଅଡିୟାଲା ଜେଲ୍ ରୁ ମୁକୁଳିବା ପରେ ନିଜର ଆତଙ୍କୀ ସାମ୍ରାଜ୍ୟକୁ ସକ୍ରିୟ କରିବାରେ ପ୍ରସ୍ତୁତ ହେଉଛି । ଏବଂ ବିଶେଷ କରି ଗହମ କଟା ସିଜନରେ ପଞ୍ଜାବ ଓ ଲାହୋର ଅଞ୍ଚଳରୁ ବଟି ଆଦାୟ କରୁଥିବା ଜଣାପଡିଛି ।

କେବଳ ଏତିକି ନୁହେଁ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନ କାଶ୍ମୀର କୁ କେନ୍ଦ୍ର କରି ଏକ ୨୦ ପୁଷ୍ଠା ସମ୍ବଳିତ ମାଗାଜିନ୍ ଉନ୍ମୋଚନ କରିଛି । ଯେଉଁଥିରେ ଭାରତ ପକ୍ଷରୁ କରାଯାଉଥିବା “ଅପରେସନ୍ ଅଲ୍-ଆଉଟ୍” ବିପକ୍ଷରେ ଆତଙ୍କବାଦୀ ସଂଗଠନ ରଣକୌଶଳ ପ୍ରସ୍ତୁତ କରୁଛି । ଏହି ମାଗାଜିନରେ ଲସ୍କର ଆତଙ୍କବାଦୀ ସଂଗଠନର ପ୍ରବକ୍ତା ନିଜର ମନ୍ତବ୍ୟ ଦେଇ କହିଛି ଯେ ୨୦୧୮ ଭାରତୀୟ ସେନାଙ୍କ ପାଇଁ ସଙ୍କଟପୂର୍ଣ୍ଣ ରହିବ । କାରଣ ଆମ୍ଭେମାନେ ସ୍ୱାଧୀନତା ଲଢ଼େଇର ଶେଷ ପାହାଚରେ ପହଂଚି ସାରିଲେଣି ଭାରତ ଧିରେ ଧିରେ ହାରିବାରେ ଲାଗିଛି ।

ତେବେ ଏଭଳି କ୍ଷେତ୍ରରେ ୨୬/୧୧ ମାଷ୍ଟ୍ର-ମାଇଣ୍ଡ ଲଖବୀ ୩ ବର୍ଷ ପରେ ଲୋକଙ୍କ ସମ୍ନାକୁ ଆସି ଗହମ ଚାଷୀ ମାନଙ୍କ ଠାରୁ ବଟି ଆଦାୟ କରିବା କେଉଁଠି ନାଁ କେଉଁଠି ଏକ ବଡ ଆତଙ୍କୀ ଆକ୍ରମଣର ପୂର୍ବାଭାସ ଦେଉଛି ।