ଜୀବନ ନେଉଛି ସଡକ ଦୁର୍ଘଟଣା । ଗତ ୫ ବର୍ଷରେ ସଡକ ଦୁର୍ଘଟଣାରେ ଯାଇଛି ୨୫୯୩୪ ଜଣଙ୍କ ଜୀବନ, ୨୦୨୨ରେ ଯାଇଛି ସର୍ବାଧିକ ଜୀବନ ।

ଜୀବନ ନେଉଛି ସଡକ ଦୁର୍ଘଟଣା । ଗତ ୫ ବର୍ଷରେ ସଡକ ଦୁର୍ଘଟଣାରେ ଯାଇଛି ୨୫୯୩୪ ଜଣଙ୍କ ଜୀବନ, ୨୦୨୨ରେ ଯାଇଛି ସର୍ବାଧିକ ଜୀବନ ।

କନକ ବ୍ୟୁରୋ : ରାଜ୍ୟରେ ବଢିଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ୫ ବର୍ଷର ରେକର୍ଡ ଭାଙ୍ଗିଛି ଗତ ୨୦୨୨ର ଦୁର୍ଘଟଣା । ୨୦୨୨ରେ ଯାଇଛି ସର୍ବାଧିକ ୫୪୬୭ ଜଣଙ୍କ ଜୀବନ । ସେହିଭଳି ୨୦୨୨ରେ ୧୧୬୬୩ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ୧୦୩୦୨ ଜଣ ଆହତ ହୋଇଛନ୍ତି । ସେହିପରି ଗତ ପାଞ୍ଚ ବର୍ଷରେ ମୋଟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨୫,୯୩୪ ଜଣଙ୍କ ଜୀବନ ଯାଇଛି। ଆଉ ଆହତ ହୋଇଛନ୍ତି ୫୧, ୮୭୩ ଜଣ। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସଡକ ଦୁର୍ଘଟଣା ରୋକିବାକୁ ସଚେତନତା ବାବଦକୁ ଗତ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ସେହିଭଳି ଅଜଣା ଗାଡି ଧକ୍କାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe