କନକ ବ୍ୟୁରୋ : କଥାଟି ଶୁଣିବାକୁ ଯେମିତି ଆଶ୍ଚର୍ଯ୍ୟଜନକ ଦେଖିବାକୁ ସେମିତି ଅଦ୍ଭୁତ ଥିଲା । ଏଭଳି କିଛି ଚିିତ୍ର ଦେଖିବାକୁ ମିଳିଥିଲା ମୁମ୍ବାଇ ବିମାନ ବନ୍ଦରରେ । ୬୦୦ଟି ପଦବୀ ପାଇଁ ଏତେ ଭିଡ ଜମିଥିଲା ଯେ ବିମାନ ବନ୍ଦରର ନିଯୁକ୍ତି ଅଧିକାରୀ ମାନେ ଗହଳି ସମ୍ଭାଳିବାକୁ ସକ୍ଷମ ହୋଇ ନଥିଲେ । ଏତେ ପରିମାଣରେ ଆବେଦନକାରୀ ଆସିବାରୁ ଭିଡ ବଢି ଅବସ୍ଥା ଅସମ୍ଭାଳ ହେବାରୁ ପ୍ରାର୍ଥୀ ମାନଙ୍କୁ କେବଳ ନିଜ ପ୍ରାର୍ଥୀପତ୍ର ଦାଖଲ କରି ଫେରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଆବେଦନ ପାଇଁ ହୋଇଥିବା ଏହି ଭିଷଣ ଭିଡର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏ ନେଇ କିଛି ଲୋକ ସରକାରଙ୍କୁ ଆକ୍ଷେପ କରୁଥିବା ବେଳେ କିଛି ଭିନ୍ନ ମତ ମଧ୍ୟ ଦେଇଛନ୍ତି । ଦେଶର ଯୁବବର୍ଗଙ୍କ ଏପରି ଦୟନୀୟ ପରିସ୍ଥିତି ଦେଖିବା ପରେ ଦେଶରେ ବେକାରୀ ସମସ୍ୟା କେତେ ଉକ୍ରଟ ଏ କଥାର କଠୋର ପ୍ରମାଣ ଦେଖିବାକୁ ମିଳିଛି ।
ହେଲେ ଚାକିିରି ନେଇ ଏମିତି ଗହଳି ଦେଖାଯିବାରେ ଇଏ ପ୍ରଥମ ଉଦାହରଣ ନୁହେଁ । ଆଗରୁ ଏମିତି ଭିଡର ଅନେକ ଦୃଷ୍ଟାନ୍ତ ରର୍ହିଛି । ୨୦୧୫ ଉତ୍ତରପ୍ରଦେଶରେ ୩୬୮ ଚପରାସୀ ପଦ ପାଇଁ ୨୩ ଲକ୍ଷରୁ ଅଧିକ ଆବେଦନ କରିଥିଲେ । ଏ ଘଟଣାରେ ମୁଖ୍ୟ ଚିନ୍ତାର ବିଷୟ ଥିଲା କି ଚପରାସୀ ପଦ ପାଇଁ ଥିବା ଆବେଦନକାରୀ ମାନଙ୍କ ମଧ୍ୟରେ ଅନେକ ଉଚ୍ଚ ଶିକ୍ଷିତ ଥିଲେ । ୨୦୧୮ ମସିହାରେ ଭାରତୀୟ ରେଳ ବିଭାଗରେ ୯୦ ହଜାର ପଦ ପାଇଁ ୨ କୋଟି ଯାଏଁ ଲୋକ ଆବେଦନ କରିଥିଲେ । ୨୦୨୦ରେ ମହାରଷ୍ଟ୍ରରେ ୧୨,୫୦୦ଟି କନେଷ୍ଟବଳ ପଦବୀ ପାଇଁ ୧୩ ଲକ୍ଷରୁ ଅଧିକ ଆବେଦନ ପତ୍ର ମିଳିଥିଲା ।୨୦୨୪ରେ ତ କେବଳ ୧୦ଟି ପଦବୀ ପାଇଁ ୧୮୦୦ ପାଖାପାଖି ଆବେଦନକାରୀ ସାକ୍ଷାତକାର ପାଇଁ ଆସିବା ମଧ୍ୟ ଆଲୋଡନ ସୃଷ୍ଟି କରିଥିଲା । ଗହଳି ଏତେ ଅଧିକ ଥିଲା ଯେ ଲୁହାର ବାଡ ମଧ୍ୟ ଭାଙ୍ଗି ଯାଇଥିଲା ।
ଏପରି ସବୁ ଉଦାହରଣ ଦେଖିଲେ ଜଣାଯାଏ ଯେ ବେକାରୀ ସମସ୍ୟାରେ ଦେଶ କେତେ ମାତ୍ରାରେ ପ୍ରଭାବିତ । ଗତ ଦଶ ବର୍ଷର ରେକର୍ଡ ଦେଖିବାକୁ ଗଲେ ଦେଶରେ ବିଭିନ୍ନ ସ୍ତରରେ ବେରୋଜଗାରୀର ପରିସ୍ଥିତି ଖୁବ ଗମ୍ଭୀର । ଲୋକ ମାନଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ସଂକଟାପନ୍ନ । ଓା୍ୱଲ୍ଡ ବ୍ୟାଙ୍କ, ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ ଓ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନିନୋମି ଭଳି ବଡ ବଡ ଆନ୍ତର୍ଜାତିକ ସଙ୍ଗଠନ ବେକାରୀ ସମସ୍ୟା ନେଇ ଭାରତର ସ୍ଥାନ ବହୁତ ତଳେ ରହିଥିବାର ରିପୋର୍ଟ ଦେଇ ସାରିଲେଣି ।
ତେବେ ସରକାର ସମସ୍ତ ପ୍ରକାରର ଉନ୍ନତ୍ତି ମୂଳକ ପଦକ୍ଷେପ ନେବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାର ଦାବି କରୁଥିବା ବେଳେ ଦେଶର ବେକାରୀ ସମସ୍ୟା ଦୂର ହେବା ପରିତ୍ତେର୍ତ୍ତ ସମସ୍ୟା ଜଡିତ ନୂଆ ଉଦାହରଣ ଦେଖିବାକୁ ମିଳୁଛି । ଏହା ଜନତାଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିବା ସହ ସରକାରଙ୍କ ସଫଳତା ନେଇ ପ୍ରଶ୍ନ ସୃଷ୍ଟି କରୁଛି