୫ ଗୁଣା ଅଧିକ ୫ ଶହ ଟଙ୍କିଆ ନୋଟ ଛପାହେବ ! ମାସକୁ ୭୦ ହଜାର କୋଟି ୫ ଶହ ଟଙ୍କିଆ ନୋଟ ବଜାରକୁ ଛଡାଯିବ, ଏଟିଏମରେ ଟଙ୍କା ଅଭାବ ପରେ ନିଷ୍ପତି ନେଲେ କେନ୍ଦ୍ର ସରକାର

27

କନକ ବ୍ୟୁରୋ : ସାରା ଦେଶରେ ଏଟିଏମରେ ଟଙ୍କା ଅଭାବ ପରେ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ସମସ୍ୟାର ସମାଧାନ ପାଇଁ ପାଞ୍ଚଗୁଣା ଅଧିକ ୫ଶହ ଟଙ୍କିଆ ନୋଟ ଛାପିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଦିନକୁ ୫ଶହ କୋଟିର ୫ଶହ ଟଙ୍କିଆ ନୋଟ୍ ଛାପିବା ପାଇଁ ଆରବିଆଇକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଅର୍ଥନୀତି ବ୍ୟାପର ବିଭାଗ ସଚିବ ସୁବାଷ ଚନ୍ଦ୍ର ଗର୍ଗ । ସେ, କହିଛନ୍ତି ଦିନକୁ ୨ ହଜାର ୫ଶହ କୋଟିର ୫ଶହ ଟଙ୍କିଆ ନୋଟ ବଜାରକୁ ପଠାଯିବ । ସେହିଭଳି ମାସକୁ ପ୍ରାୟ ୭୦ ହଜାର କୋଟିରୁ ୭୫ ହଜାର କୋଟି ସପ୍ଲାଏ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

୫ ଗୁଣା ୫ଶହ ଟଙ୍କିଆ ନୋଟ ଛପାଇବା ନେଇ ନିଷ୍ପତି ନେଇଥିବା ସରକାର ୨ ହଜାର ଟଙ୍କିଆ ନୋଟ ଛପା ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । କାରଣ ଦେଶର ବଜାରରେ ଏବେ ୬ କୋଟି ୭୦ ଲକ୍ଷରୁ ଅଧିକ ୨ ହଜାର ଟଙ୍କିଆ ନୋଟ ଉପଲବ୍ଧ ରହିଛି । ତେଣୁ ସରକାର ୨ହଜାର ଟଙ୍କିଆ ନୋଟ ଛପାକୁ ବନ୍ଦ କରିଦିଆଯାଇଛି ।