ସଂଗରୋଧ ଗୃହରୁ ୧୫୦ ଫେରାର୍: ଗଂଜାମ ବେଗୁନିଆପଡା କ୍ୱାରେଣ୍ଟିନ କେନ୍ଦ୍ରରେ ରହୁଥିଲେ ସୁରତ ଫେରନ୍ତା ପ୍ରବାସୀ ଓଡିଆ; ଫେରାର ଶ୍ରମିକକୁ ଖୋଜୁଛି ପୁଲିସ

5,053

କନକ ବ୍ୟୁରୋ: ସଂଗରୋଧ ଗୃହରୁ ଚମ୍ପଟ ମାରିଲେ ଦେଢ ଶହରୁ ଅଧିକ ଲୋକ । ସୁରଟୁ ଆସୁଥିବା ପ୍ରବାସୀ ଓଡିଶାକୁ ଗଂଜାମ ବେଗୁନିଆପଡା ବ୍ଲକ ନୋଡାଲ ମାଧ୍ୟମିକ ବିଦ୍ୟାଳୟ କ୍ୱାରେନଟିନ କେନ୍ଦ୍ରରେ ରଖାଯାଇଥିଲା । କିନ୍ତୁ ଦେଢ ଶହରୁ ଅଧିକ ଲୋକ କ୍ୱାରେନଟିନ ନିୟମ ଭାଙ୍ଗି ଫେରାର ହୋଇଯାଇଥିବା ଜଣାପଡିଛି । ଗାଁ ଲୋକ କ୍ୱାରେନଟିନରେ ରହିଥିବା ଲୋକଙ୍କୁ ବାହାରେ ଦେଖିବା ପରେ ଖବର ପ୍ରସାରିତ ହୋଇଥିଲା । ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନେ ଖବର ପାଇବା ପରେ ଫେରାର ଲୋକଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି । କ୍ୱାରେନଟିନରେ ଥିବା ପ୍ରବାସୀ ଓଡିଆଙ୍କଚ ରାତିରେ ସେମାନଙ୍କୁ ବିସ୍କୁଟ ଖାଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରବାସୀ ଓଡିଆଙ୍କୁ ନେଇ ୪ଟି ବସରେ ପାଖାପାଖି ୨୫୦ ଜଣ ଲୋକ ଗଂଜାମରେ ପହଂଚିଥିଲେ । ଏମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ବେଗୁନିଆପୋଡା ବ୍ଲର ଜନତା ନୋଡାଲ ମାଧ୍ୟମିକ ସ୍କୁଲରେ ସଂଗରୋଧରେ ରଖାଯାଇଥିଲା । ଏପରିକି ସେମାନଙ୍କୁ ରାତିରେ ଖାଇବା ପିଇବା ମଧ୍ୟ ଦିଆଯାଇଥିଲା ।

ମାତ୍ର କ୍ୱାରେଂଟିନ ସେଂଟରରେ ଠିକରେ ଖାଇବା- ପିଇବା ଦିଆଯାଉ ନଥିବା ଅଭିଯୋଗ କରି କେନ୍ଦ୍ର ଫାଟକ ଭାଙ୍ଗି ଫେରାର ହୋଇଯାଇଛନ୍ତି । ତେବେ ରାସ୍ତାରେ ସୁରତ ଫେରାନ୍ତାଙ୍କୁ ଯାଉଥିବା ଦେଖି ଲୋକ ଏନେଇ ସ୍ଥିନୀୟ ପ୍ରଶାସନକୁ ଖବର ଦେଇଥିଲେ ।