୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହୋଇପାରନ୍ତି ବଧିର । ବ୍ୟାପକ ଗବେଷଣା ପରେ ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

400

କନକ ବ୍ୟୁରୋ: ‘୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହେବେ ବଧିର’। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ। ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି, ଯାହା ପୁରା ବିଶ୍ୱବାସୀଙ୍କୁ ଚକିତ କରିଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧୮୬,୪୬୦ ଲୋକ ସାମିଲ କରାଯାଇଥିଲା । ଗବେଷଣା ଅନୁଯାୟୀ, ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଅବସାଦ ଏବଂ ଉଚ୍ଚସଂଗୀତର ସଂସ୍ପର୍ଶରେ ଆସିବା ହେତୁ ଲୋକଙ୍କର ଶ୍ରବଣ ସମସ୍ୟା ହେଉଥିବା ସ୍ପଷ୍ଟ ହୋଇଛି ।

ଆଜିକାଲି, ଅଟୋରେ, ବସରେ ହେଉ କିମ୍ବା ମେଟ୍ରୋରେ, ଅଧିକାଂଶ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ୍ (ଇୟରଫୋନ୍ କିମ୍ବା ହେଡଫୋନ୍) ଲଗାଇ ସମୟ ଅତିବାହିତ କରୁଛନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ପ୍ରମାଣିତ ହେଉଛି । ଫ୍ରାନ୍ସର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଆଣ୍ଡ ମେଡିକାଲ ଇନଷ୍ଟିଚ୍ୟୁଟର ଅନୁସନ୍ଧାନରୁ ଜଣାପଡିଛି ଯେ, ଫ୍ରାନ୍ସର ଚାରିଜଣଙ୍କ ମଧ୍ୟରୁ ଜଣେ ଶ୍ରବଣ ସମସ୍ୟା ଭୋଗୁଛନ୍ତି । ସେଠାରେ ଜନସଂଖ୍ୟାର ୨୫% ଲୋକଙ୍କର ଏପରି ସମସ୍ୟା ଦେଖାଦେଉଛି । ଅର୍ଥାତ୍ ସେମାନେ ଧୀରେ ଧୀରେ ବଧିର ହୋଇଯାଉଛନ୍ତି ।

ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି । ଗବେଷକମାନେ ବିଶ୍ୱାସ କରନ୍ତି ଯେ ପୂର୍ବରୁ କମ୍ ଲୋକଙ୍କୁ ନେଇ ଲୋ- ସ୍କେଲର ଗବେଷଣା କରାଯାଇଥିଲା । କିନ୍ତୁ ଏଥର ବିସ୍ତୃତ ଭାବେ ଗବେଷଣା କରାଯାଇଛି । ଯେଉଁଥିରେ ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଅବସାଦ ଏବଂ ଉଚ୍ଚ ସଂଗୀତର ସଂସ୍ପର୍ଶରେ ଆସିବା ହେତୁ ଲୋକମାନେ ଶୁଣିବାରେ ସମସ୍ୟା ଭୋଗୁଥିବା ଜଣାପଡିଛି ।

ଗବେଷଣା ତଥ୍ୟ ମୁତାବକ, ଡାଏବେଟିସ୍ ଏବଂ ଅବସାଦ ହେତୁ କିଛି ଲୋକଙ୍କର ଶ୍ରବଣ ସମସ୍ୟା ହେଉଛି। ଏଥିସହିତ ନିଃସଙ୍ଗ ଜୀବନସହ ସହରର କୋଳାହଳ ଶବ୍ଦ ଏବଂ ହେଡଫୋନ୍ ବ୍ୟବହାର କରିବା କାରଣରୁ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
୨୦୫୦ ସୁଦ୍ଧା, ୨୫୦ କୋଟି ଲୋକ ବଧିର ହୋଇପାରନ୍ତି :

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ବିଶ୍ୱରେ ପ୍ରାୟ ୧୫୦୦ ନିୟୁତ ଲୋକ କୌଣସି ନା କୌଣସି ନା କୌଣସି ରୂପରେ ଶ୍ରବଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦୫୦ ସୁଦ୍ଧା ଏହି ସଂଖ୍ୟା ୨୫୦ ନିୟୁତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେଣୁ ଏହାକୁ ଏକ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଦେଖାଯାଉଛି ।

ଗବେଷଣାରୁ ଜଣାପଡିଛି ଯେ, ୮୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ଶବ୍ଦକୁ ଦୀର୍ଘ ସମୟ ଧରି ଶୁଣିବେ ତେବେ କାନରେ ଯନ୍ତ୍ରଣା ହେବା ସହ ଧିରେ ଧରେ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି । ୮୫ ଡେସିବଲରୁ ଅଧିକ ଶବ୍ଦକୁ ୨ଘଣ୍ଟାରୁ ଅଧିକ ସମୟ ଶୁଣିଲେ ଶୁଣିବା ଶକ୍ତି ହରରାଇବାର ଭୟ ଥାଏ ।
ତେବେ ଏପରି ସମସ୍ୟାରୁ କିପରି ଦୂରେଇ ରହିବେ ସେନେଇ ଗବେଷକମାନେ କିଛି ଟିପ୍ସ ମଧ୍ୟ ଦେଇଛନ୍ତି । ଯଦି କୌଣସି କାରଣରୁ ହେଡଫୋନ୍ ବା ବ୍ଲୁଟୁଥ୍ ଲଗାଇବାର ଆବଶ୍ୟକତା ଥାଏ ତେବେ ଏହାର ଭଲ୍ୟୁମକୁ ଉଚିତ ସ୍ତରରେ ରଖନ୍ତୁ । ଏହା ପାଇଁ ନିୟମ ହେଉଛି ୬୦:୬୦ । ଏହାର ଅର୍ଥ ଆପଣଙ୍କ ହେଡଫୋନର ଭଲ୍ୟୁମ୍ ୬୦ ଡେସିବଲ ବା ତା’ଠାରୁ କମ୍ ହେଲେ ଭଲ । ଏହି ଶବ୍ଦକୁ ୬୦ ମିନିଟ୍ ପର୍ଯ୍ୟନ୍ତ ଶୁଣିପାରିବେ । ଏହାପରେ କିଛି ସମୟର ବ୍ରେକ୍ ନେଇ ପୁଣି ବ୍ୟବହାର କରିପାରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତି କରିଛନ୍ତି ।