ସରକାରୀ ଜମିକୁ ୨୭ ଥର କରାଯାଇଛି କିଣାବିକା । ୪ ଆଇପିଏସ୍ ପାହ୍ୟାର ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ

1,455

କନକ ବ୍ୟୁରୋ : ରାଜଧାନୀରେ ବଡ ଜମି କେଳେଙ୍କାରୀ । ସରକାରୀ ଜମିକୁ ୨୭ ଥର କରାଯାଇଛି କିଣାବିକା । ୨୫୦ କୋଟିର ଜମି କାରବାର ହୋଇଥିବା ନେଇ ସାଂଘାତିକ ଖୁଲାସା । ଯେଉଁଥିରେ ୪ ଜଣ ଆଇପିଏସ ପାହ୍ୟାର ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଛି ଓଡିଶା ସୂଚନା ଅଧିକାର ଅଭିଯାନ । ଭୁବନେଶ୍ୱର ପାତ୍ରପଡା ମୌଜାରେ ୨୫୦ କୋଟି ଟଙ୍କାର ସରକାରୀ ଜମିକୁ ୨୭ ଥର କିଣାବିକାରେ ୪ ଜଣ ଆଇପିଏସ ଅଧିକାରୀ ସାମିଲ ଥିବା ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ । ପାତ୍ରପଡା ମୌଜାରେ ଅନେକ ଜମିକୁ ଜାଲିଆତି କରାଯାଇ ଉଚ୍ଚ ଦରରେ ବିକ୍ରା କରାଯାଇଛି । ଏଥିରେ ସରକରୀ କଳର ଅନେକ ଅଧିକାରୀ ଓ ପୂର୍ବ ସରକାରର କିିଛି ନେତା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏବେ ନୂଆ ସରକାର ଆସିଥିବା ବେଳେ ଏହି ମାମଲାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା ସୂଚନା ଅଧିକାର ଅଭିଯାନ ।