ସରକାରୀ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କର ବଢିଲା ପାରିଶ୍ରମିକ । ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି, ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ୧ ହଜାର ଟଙ୍କା ଅଧିକ ମିଳିବ ।

4,841
କନକ ବ୍ୟୁରୋ :  ସରକାରୀ ବିଭାଗରେ କାମ କରୁଥିବା ଆଉଟସୋର୍ସିିଂ କର୍ମଚାରୀଙ୍କ ପାରିଶ୍ରମିକ ବଢିଲା । Service Provider Agency ଗୁଡିକ ଜରିଆରେ ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା Outsourcing କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ ସ୍ଥିର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ
ଏହି Outsourcing କର୍ମଚାରୀ ମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ୫-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ । ସେହି ଅନୁଯାୟୀ ରାଜ୍ୟ ସରକାର କିଛି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
୧. ସେମାନଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରାଗଲା।
୨. ସେମାନେ ଯେପରି ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ, ଏହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।
୩. Outsourcing କର୍ମଚାରୀ ଓ Service Provider Agency ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ Odisha State Outsourcing Employees OMBUDSMAN ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
୪. ଅଭିଜ୍ଞତା ଥିବା କାର୍ମଚାରୀ ମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ। ପ୍ରତି  ପାଞ୍ଚ  ବର୍ଷର  ଅଭିଜ୍ଞତା  ପାଇଁ  ମାସିକ ଅଧିକ  ଏକହଜାର  ଟଙ୍କା  ମିଳିବ.
୫. ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ୟ୍ୟନ୍ତ ୧୨୦ ଦିନ ପର୍ୟ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ ।
୬. Outsourcing କର୍ମଚାରୀ ତଥା Service Provider Agencyଙ୍କର ଅଭିଯୋଗ ଶୁଣାଣୀ ପାଇଁ ପ୍ରତି ବିଭାଗରେ ଜମେ ନୋଡାଲ ଅଫିସର ରହିବେ ।
୭. ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ GA&PG Department, CMGI  ଜରିଆରେ ଏକ Software Application ବିକଶିତ କରାଯିବ। ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍‌ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ ।
୮. ଯେଉଁ outsourcing କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ।
ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ Service Providing Agency  ମାନଙ୍କ ସହିତ supplementary agreement କରିବେ ।