ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସହଯୋଗୀ ପପୁଙ୍କୁ ୨୫ ପ୍ରଶ୍ନ । ତଦନ୍ତକାରୀଙ୍କ ଫୋକସରେ ୭୦ ହଜାରର ସତ : କଣ କହିଲେ ପପୁ ?

628

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ସହଯୋଗୀ ପପୁଙ୍କ ୨୫ ପ୍ରଶ୍ନ । ଲାଇ ଡିଟେକ୍ସନ ଟେଷ୍ଟ ବେଳେ ପପୁଙ୍କୁ ୨୫ଟି ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଅଧିକାରୀ । ବିଶେଷ କରି ଆଦିତ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଶ୍ରୀ ଉଠାଇଥିବା ୭୦ ହଜାର ଟଙ୍କାର ସତ ଖୋଜୁଛି କ୍ରାଇମବ୍ରାଂଚ୍ ।

ଆଜି ଏସବୁ ଘଟଣାର ସତ ଜାଣିବା ପାଇଁ ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ,ଦୀପକଙ୍କ ଲାଇ ଡିଟେକ୍ଟନ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ବିଦ୍ୟାଶ୍ରୀଙ୍କୁ ୫ ଘଂଟାରୁ ଅଧିକ ସମୟ ଧରି କ୍ରାଇମବ୍ରାଂଚ ପଚରାଉଚରା କରିଥିଲା ।

ସେପଟେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ବର୍ତମାନ କ୍ରାଇମ୍ବ୍ରାଂଚ ତଦନ୍ତ କରୁଥିବା ବେଳେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ବିଦ୍ୟାଶ୍ରୀ । ତେଣୁ ସେ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି । ଶାଶୁ ଓ ଶ୍ୱଶୁରଙ୍କ ସହ ହାଇକୋର୍ଟରେ ପହଂଚିଛନ୍ତି ବିଦ୍ୟାଶ୍ରୀ ।