ରାଜ୍ୟର ଘରୋଇ ସ୍କୁଲରେ ପଢ଼ିବେ ଗରିବ ମେଧାବୀ । ସବୁ ପ୍ରାଇଭେଟ୍ ସ୍କୁଲରେ ଗରିବ ପିଲାଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ ।

2,690

କନକ ବ୍ୟୁରୋ: ଆରଟିଇ ବା ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘରୋଇ ସ୍କୁଲରେ ମାଗଣା ପାଠ ପଢ଼ିବାକୁ ୧୭ହଜାର ୨୩୫ପିଲା ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୨୪-୨୫ଶିକ୍ଷା ବର୍ଷ ପାଇଁ ଆରଟିଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ୩୦ହଜାର ୩ଶହ ଦରଖାସ୍ତ ହୋଇଥିଲା । ସେଥିମଧ୍ୟରୁ ୧୭ହଜାର ୨୩୫ପିଲା ଯୋଗ୍ୟ ବିବେଚିତ ହୋଇଛନ୍ତି ।

କେବଳ ଭୁବନେଶ୍ୱରରେ ୩ହଜାରରୁ ଅଧିକ ଅଭିଭାବକ ପାଖାପାଖି ୧୭୫ଟି ସ୍କୁଲରେ ନାମଲେଖା ପାଇଁ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟୟ ଲଟେରୀରେ ୧୭ହଜାରରୁ ଅଧିକ ପିଲା ଚୟନ ହୋଇଛନ୍ତି । ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ଆରଟିଇ ବା ଶିକ୍ଷା ଅଧିକାରରେ ୨୫ପ୍ରତିଶତ ମାଗଣା ସିଟରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ସବୁ ପ୍ରାଇଭେଟ୍ ସ୍କୁଲରେ ଗରିବ ପିଲାଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।