କନକ ବ୍ୟୁରୋ: ଗାଁକୁ ଡରାଉଛି କିଡନୀ ରୋଗ । ୫ ବର୍ଷ ହେବ ଗାଁରେ କିଡନୀ ରୋଗରେ ୨୫ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ପିଇବା ପାଣି ଓ ସ୍ୱାସ୍ଥ୍ୟସେବାକୁ ନେଇ ସମସ୍ୟା ଭୋଗୁଥିବା ଗାଁରେ ଘରେ ଘରେ କିଡନୀ ରୋଗୀ ଅଛନ୍ତି । ଅନେକଙ୍କ ଜୀବନ ଯାଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ଆମେ କହୁଛୁ, ଗଂଜାମ ଜିଲ୍ଲା ଶେରଗଡ ବ୍ଲକ ପଦ୍ମପୁର ଗାଁର କଥା ।
ପଦ୍ମପୁର ଗାଁରେ ୨ଶହ ପରିବାର ବସବାସ କରନ୍ତି । ପ୍ରାୟ ସମସ୍ତ ଗରିବ ଶ୍ରେଣୀର । ଗାଁରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଗୋଟିିଏ ଉପସ୍ୱାସ୍ଥ୍ୟକେନ୍ଦ୍ର ଅଛି । କିନ୍ତୁ ସେଠାକୁ କାଁଭାଁ ଡାକ୍ତର ଆସନ୍ତି । ତେଣୁ ଗରିବ ରୋଗୀଟିଏ ଚିକିତ୍ସା ପାଇଁ ବାହାରକୁ ଯାଉଛନ୍ତି । ଯାହା ସମସ୍ତ ପକ୍ଷେ ତାହା ସମ୍ଭବ ହେଉନାହିଁ । ସେପଟେ ସମସ୍ତେ ପ୍ରାୟ ଗୋଟିଏ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏହାର କାରଣ ଖୋଜି ନିରାକରଣ କରିବା ପାଇଁ ଦାବି ହୋଇଛି ।
ଗାଁରେ ବ୍ୟାପୁଥିବା କିଡନୀ ରୋଗକୁ ନେଇ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ଅବଗତ କରାଇଛନ୍ତି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସ୍ଥାନୀୟ ଗ୍ରାମବାସୀ ଦୁଃଖର ସହ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/20-7.jpg)