ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୨ ଆକ୍ରାନ୍ତ ଘରେ ସଂଗରୋଧରେ ଥିବା ବେଳେ ୨୩ ଜଣ ସ୍ଥାନୀୟ ଆକ୍ରାନ୍ତ 

3,305

କନକ ବ୍ୟୁରୋ : ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଲୋକ ହୋଇଥିବାବେଳେ ୨ଜଣ ହୋମକ୍ୱାରେଂଟିନରେ ଥିଲେ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଂଚେଶ୍ୱରରୁ ୫ଜଣ, ସାମନ୍ତରାପୁରରୁ ୨ଜଣ, ଚକେଇସିଆଣିରୁ ୨ଜଣ, ବାଲତୋଟାସାହି ବସ୍ତିରୁ ୪ଜଣ, ଲକ୍ଷ୍ମୀବଜାର ବସ୍ତିରୁ ଜଣେ, ହଂସପାଳରୁ ଜଣେ, ଜନପଥ ଟାୱାର ନିକଟରୁ ଜଣେ, ବୁଦ୍ଧ ପାର୍କ ନିକଟରୁ ଜଣେ ,ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଓ ନୟାପଲ୍ଲୀ ଅଂଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ସ୍ଥାନୀୟ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର ବିଷୟ ହୋଇଛି ।

ସେପଟେ ରାଜ୍ୟରେ ଆଜି ନୂଆ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଗଞ୍ଜାମରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୨୩ରେ ପହଚିଂଛି । ନୂଆ ୨୪୫ କରୋନା ଆକ୍ରାନ୍ତ ମଧ୍ୟରୁ ୨୧୪ ଜଣ ସଂଗରୋଧ କେନ୍ଦ୍ରରୁ ଓ ୩୧ ଜଣ ସ୍ଥାନୀୟ ଅଂଚଳର । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୬ ହଜାର ୮୫୯ରେ ପହଚିଂଛି । ଗଂଜାମରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୮ ଜଣ,ଯାଜପୁରରୁ ୪୦ ଜଣ,ବରଗଡରୁ ୧୦ ଜଣ, କେନ୍ଦ୍ରାପଡାରୁ ୮ ଜଣ, ନବରଙ୍ଗପୁରରୁ ୭ ଜଣ,ସୁନ୍ଦରଗଡରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା,ରାୟଗଡା,ସୋନୁପୁରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ଭଦ୍ରକରୁ ୨ ଜଣ ଲେଖାଁଏ ପଜିଟିଭ ଚିହ୍ଟ ହୋଇଛନ୍ତି । ଏଯାଏ ୪ ହଜାର ୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨ ହଜାର ୮୬ ସକ୍ରିୟ ସଂକ୍ରମିତ ଅଛନ୍ତି ।