ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ଯୁବକଙ୍କୁ ଛୁରା ମାଡ଼ । ୨୫ରୁ ଅଧିକ ଯୁବକ ଛୁରା ମାଡ଼ କରିଥିବା ସୂଚନା

193

କନକ ବ୍ୟୁରୋ : ରାଜଧାନୀରେ ଛୁରା ମାଡ । ସାଇନ୍ସ ପାର୍କ ନିକଟରେ ଆଶିଷ କୁମାର ନାମକ ଜଣେ ଯୁବକଙ୍କୁ ଛୁରା ମାଡ କରିଛନ୍ତି ଏକାଧିକ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୫ରୁ ଅଧିକ ଯୁବକ ଛୁରା ମାଡ଼ କରିଥିବା ସୂଚନା ମିଳିଛି । ଏନେଇ ସହିଦ ନଗର ଥାନାରେ ଆକ୍ରମଣର ଶିକାର ହୋଇଥିବା ଯୁବକ ଆଶିଷ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।