ଏସିଆନ ଚାମ୍ପିଅନ୍ସ ଟ୍ରଫି ଓ ହକି ବିଶ୍ୱକପ ପାଇଁ ଘୋଷଣା ହେଲା ୨୫ ଜଣିଆ ପ୍ରଶିକ୍ଷଣ ଶିବିର । ସ୍ଥାନ ପାଇଲେ ନାହିଁ ଓଡ଼ିଆ ଖେଳାଳି ।

27

କନକ ବ୍ୟୁରୋ: ଜାତୀୟ ହକି ଶିବିର ପାଇଁ ହକି ଇଣ୍ଡିଆର ୨୫ ଜଣିଆ ତାଲିକା ଘୋଷଣା । ୨୫ ଜଣିଆ ହକି ଖେଳାଳି ତାଲିକାରେ ସ୍ଥାନ ପାଇଲେ ନାହିଁ କୌଣସି ଓଡ଼ିଆ ଖେଳାଳି । ଯାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ଜାକର୍ତ୍ତା ଏସିଆଡ୍ ବ୍ରୋଞ୍ଜ ବିଜେତା ୨ ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମଧ୍ୟ ଶିବିରରେ ସ୍ଥାନ ମିଳିଲା ନାହିଁ । ଏହାସହ ଭାରତୀୟ ହକି ଦଳର ଦ୍ରୁତତମ ଖେଳଳି ସରଦାର ସିଂଙ୍କୁ ମଧ୍ୟ ୨୫ ଜଣିଆ ଶିବିରରେ ସ୍ଥାନ ମିଳିଲା ନାହିଁ । ଯାହାକୁ ନେଇ ଏବେ କ୍ରୀଡ଼ା ସମୀକ୍ଷ ମହଲରେ ଚର୍ଚ୍ଚା ଜୋର ଧରିଛି ।

Source:Khyber News

ଅନ୍ୟପଟେ ଆସନ୍ତା ୧୬ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଟିମ୍ ର ଜାତୀୟ ପ୍ରଶିକ୍ଷଣ ଆରମ୍ଭ ହେବ । ଯେଉଁଥିରେ ଚାମ୍ପିୟନ୍ସ ଟ୍ରଫି ଓ ହକି ବିଶ୍ୱକପ ପାଇଁ ମଧ୍ୟ ଶିବିରରେ ପ୍ରଶିକ୍ଷଣ ଦିଆଯିବ । ଏହାକୁ ନେଇ ୨୫ ଜଣିଆ ପୁରୁଷ ଭାରତୀୟ ଦଳର ତାଲିକା ଘୋଷଣା ହୋଇଥିଲେ ମଧ୍ୟ ଏଥିରେ କୌଣସି ଓଡ଼ିଆ ଖେଳାଳିଙ୍କ ନାଁ ନାହିଁ । ଆସନ୍ତା ସେପ୍ଟେମ୍ବର ୧୬ ତାରିଖରୁ ଅକ୍ଟୋବର ୧୪ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଏହି ଶିବିର ।

ଆସନ୍ତା ଅକ୍ଟୋବର ୧୮ ତାରିଖରୁ ଓମାନରେ ଅନୁଷ୍ଠିତ ହେବାକୁଥିବା ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଏମାନଙ୍କର ଭାଗ ନେବା ମଧ୍ୟ ଆଶଙ୍କା ଘେରରେ ରହିଛି । କେବଳ ଏତିକି ନୁହେଁ ଭାରତକୁ ହକି ଜଗତରେ ଅନେକ ସମୟରେ ପରିଚିତ କରାଇଥିବା ସରଦାର ସିଂଙ୍କୁ ମଧ୍ୟ ସ୍ଥାନ ମିଳି ନାହିଁ । ଯେଉଁଥି ପାଇଁ ସରଦାର ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି ବୋଲି କ୍ରୀଡ଼ା ମହଲରେ ଚର୍ଚ୍ଚା ଜୋର ଧରିଛି ।