କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ୩ ଜଣଙ୍କ ନାମରେ ଲାଂଚ ନେଇଥିବା ଅଭିଯୋଗ । ଥାନାରେ ଅଭିଯୋଗ କଲେ ସୁଟର ବର୍ତ୍ତିକା ସିଂ

398

କନକ ବ୍ୟୁରୋ : ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବାକୁ ସ୍ମୃତି ଇରାନୀଙ୍କ ସମେତ ୩ ଜଣ ୨୫ ଲକ୍ଷ ଟଙ୍କା ଲାଂଚ ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ବର୍ତ୍ତିକା ସିଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ସେ ଏଭଳି ଅଭିଯୋଗ ମଧ୍ୟପ୍ରଦେଶର ‘ଏମପି- ଏମଏଲଏ କୋର୍ଟ’ରେ ଏଭଳି ଅଭିଯୋଗ କରିଛନ୍ତି । ବର୍ତ୍ତିକାଙ୍କ ଓକିଲଙ୍କ କହିବା ମୁତାବକ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ଜାନୁଆରୀ ୨୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନା ମୁତାବକ ୨୩ ନଭେମ୍ବର ଦିନ ଆମେଠି ଜିଲ୍ଲାର ମୁସାଫିରଖାନା ଥାନାରେ ବର୍ତ୍ତିକା ସିଂ ଓ କମଲ କିଶୋରଙ୍କ ନାମରେ ବିଜୟ କୁମାର ଗୁପ୍ତା ଏକ ମାମଲା ଦାୟର କରିଥିଲେ । ସେ ତାଙ୍କ ଅଭିଯୋଗରେ ଲେଖିଥିଲେ କି ଏକ ହସ୍ପିଟାଲ ନିର୍ମାଣକୁ ନେଇ ବିଜୟଙ୍କ ନାମରେ ବର୍ତ୍ତିକା କୁତ୍ସାରଟନା କରୁଛନ୍ତି । ଯାହାଦ୍ୱାରା ତାଙ୍କୁ ମାନସିକ ନିର୍ଯାତନା ମିଳୁଛି । ଏହା ସହ ବିଜୟ ଗୁପ୍ତା ଆହୁରି ଅଭିଯୋଗ କରିଛନ୍ତି କି ବର୍ତ୍ତିକା ସିଂ, କମଲ କିଶୋରଙ୍କ ସହ ଅନ୍ୟ କିଛି ଲୋକ ତାଙ୍କୁ ନେଇ ଷଡଯନ୍ତ୍ର ଚଳାଇଛନ୍ତି । ଏଭଳି ଅଭିଯୋଗ ପରେ ମୁସାଫିରଖାନା ଅଧିକାରୀ ବର୍ତ୍ତିକା ସିଂଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ଧାରା ୫୦୯ ରେ ମୋକଦ୍ଦମା ରୁଜୁ କରିଛନ୍ତି ।

ଅନ୍ୟପଟେ ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାରେ ରହୁଥିବା ଆର୍ନ୍ତରାଷ୍ଟ୍ରୀୟ ସୁଟର ବର୍ତ୍ତିକା ସିଂ ଅଭିଯୋଗ କରିଛନ୍ତି କି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ସହଯୋଗୀ ମାନେ ତାଙ୍କୁ ମହିଳା କମିଶନର ସଦସ୍ୟ କରାଇଦେବାକୁ ପ୍ରଥମେ ୧ କୋଟି ଟଙ୍କା ମାଗିଥିଲେ । ହେଲେ ସ୍ମୃତି ଇରାନୀ କହିଥିଲେ କି ବର୍ତ୍ତିକାଙ୍କର ସୁନାମ ଥିବାରୁ ତାଙ୍କୁ ଏହି ପଦ ପାଇଁ ୨୫ ଲକ୍ଷ ଟଙ୍କା ଦେବାକୁ ହେବ । ହେଲେ ଏଥିରେ ବର୍ତ୍ତିକା ରାଜି ନହେବାରୁ ମନ୍ତ୍ରୀଙ୍କ ପାଖ ଲୋକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯେତେବେଳେ ବର୍ତ୍ତିକା ଏହାକୁ ବିରୋଧ କରିଥିଲେ ସେତେବେଳେ ବିଜୟ ଗୁପ୍ତା ତାଙ୍କ ନାମରେ ମୁସାଫିରଖାନା ଥାନାରେ ଏକ ମିଥ୍ୟା ଅଭିଯୋଗ କରିଥିଲେ । ବର୍ତ୍ତିକାଙ୍କ ଓକିଲ ରୋହିତ ତ୍ରିପାଠୀ କହିଛନ୍ତି କି ଏମ.ପି- ଏମଏଲଏ କୋର୍ଟର ସ୍ୱତନ୍ତ୍ର ଜର୍ଜ ପି.କେ ଜୟନ୍ତ ଏହି ମାମଲାର ଶୁଣାଣି କରିବାକୁ ଜାନୁଆରୀ ୨୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।