କନକ ବ୍ୟୁରୋ : ସଡକ ନିର୍ମାଣକୁ ନେଇ ଭାରତ ସରକାର ଆଉ ଏକ ରେକର୍ଡ ନିଜ ନାମରେ ନାମିତ କରିଛନ୍ତି । ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମାତ୍ର ୧୮ ଘଂଟାରେ ୨୫.୫୪ କିଲୋମିଟର ସିଙ୍ଗଲ ଲେନ୍ ରାଜପଥ ନିର୍ମାଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ୍ ଗଡକରୀ । ଟ୍ୱିଟ୍ ରେ କହିଛନ୍ତି କି ମାତ୍ର ୧୮ ଘଂଟାରେ ରାଜମାର୍ଗର ୨୫.୫୪ କି,ମି ରାସ୍ତା ମାତ୍ର ୧୮ ଘଂଟାରେ ନିର୍ମାଣ କରାଯାଇଛି ।

Advertisment

ସୂଚନା ମୁତାବକ ସୋଲାପୁର-ବିଜାପୁର ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ କାର୍ଯ୍ୟ ଅନ୍ତର୍ଗତ ୨୫.୫୪ କିଲୋମିଟର ସିଙ୍ଗଲ ଲେନ ନିର୍ମାଣ କାର୍ଯ୍ୟ ମାତ୍ର ୧୮ ଘଂଟାରେ ସମ୍ପୁର୍ଣ୍ଣ ହୋଇଛି । ଏହାକୁ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମିଳିଥିବା କହିଛନ୍ତି ଶ୍ରୀ ଗଡକରୀ ।
ଏନେଇ ରାଜପଥ କାର୍ଯ୍ୟ ଠିକା ନେଇଥିବା କମ୍ପାନୀ ସହ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି କି ଠିକାଦାରଙ୍କ ପାଖରେ କାମ କରୁଥିବା ପ୍ରାୟ ୫ ହଜାର କର୍ମଚାରୀ ଏନେଇ କଠିନ ପରିଶ୍ରମ କରିଛନ୍ତି । ‘ମୁଁ ସମସ୍ତ ଠିକା କର୍ମଚାରୀ, ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ, ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଉଛି ’ ବୋଲି ଗଡକାରୀ କହିବା ସହ ବର୍ତ୍ତମାନ ସୋଲାପୁର-ବିଜାପୁର ଜାତୀୟ ରାଜପଥର ୧୧୦ କିଲୋମିଟର କାର୍ଯ୍ୟ ଚାଲଇଛି ଓ ଏହା ୨୦୨୧ ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି ।