ଦିଲ୍ଲୀର ସବୁଠାରୁ ବଡ ଗହଣା ଲୁଟର ହେଲା ପଦ୍ଦାଫାସ, ଜାଣନ୍ତୁ କେମିତି ଯୋଜନାବଦ୍ଧଭାବେ ଲୁଟି ନେଇଥିଲେ ୨୫ କୋଟି ମୂଲ୍ୟର ଗହଣା

Advertisment
ଦିଲ୍ଲୀର ସବୁଠାରୁ ବଡ ଗହଣା ଲୁଟର ହେଲା ପଦ୍ଦାଫାସ, ଜାଣନ୍ତୁ କେମିତି ଯୋଜନାବଦ୍ଧଭାବେ ଲୁଟି ନେଇଥିଲେ ୨୫ କୋଟି ମୂଲ୍ୟର ଗହଣା

କନକ ବ୍ୟୁରୋ : ଦିଲ୍ଲୀର ଏକ ଗହଣା ଦୋକାନରୁ କିଛିଦିନ ତଳେ ହୋଇଥିବା ଲୁଟର ପଦ୍ଦାଫାସ ହୋଇଛି । ଏହି ଲୁଟରେ ସାମିଲ ଥିବା ୩ ଅପରାଧୀଙ୍କୁ ଛତିଶଗଡରୁ ଗିରଫ କରାଯାଇଛି । ଲୁଟ ହୋଇଥିବା ସୁନାକୁ ଉଦ୍ଧାର କରିବାକୁ ପୋଲିସ ଏବେ ବି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଧରାପଡିଥିବା ଅପରାଧୀଙ୍କ ମଧ୍ୟରୁ ମୁଖ୍ୟ ଅପରାଧୀ ଲୋକେଶ ଶ୍ରୀବାସ୍ତବ ଓ ଅନ୍ୟ ଅଭିଯୁକ୍ତ ଶିବା ଚନ୍ଦ୍ରବଂଶୀଙ୍କ ସହ ଅନ୍ୟଜଣେ ସାମଲ ଅଛି । ପୋଲିସ ସେମାନଙ୍କ ଠାରୁ ଲୁଟ ସୁନା ଗହଣାର କିଛି ଜବତ କରିଛି । ପୋଲିସ ତରଫରୁ କୁହାଯାଇଛି କି ଏହି ଲୁଟେରା ଗ୍ୟାଙ୍ଗ ବିଶେଷ ଭାବେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡରେ ଲୁଟ କରିଥାନ୍ତି ।

ସୂଚନା ଥାଉକି ସେପ୍ଟେମ୍ବର ୨୬ ତାରିଖରେ ଦିଲ୍ଲୀର ଭୋଗଲ ଅଞ୍ଚଳରେ ଥିବା ଉମରାଓ ଗହଣା ଦୋକାନରୁ କୋଟି କୋଟି ଟଙ୍କାର ଗହଣା ଚୋରି ହୋଇଯାଇଥିଲା । ଗହଣା ଦୋକାନର ମାଲିକଙ୍କ ହିସାବ ମୁତାବକ ଯେତିକି ଗହଣା ଲୁଟ ହୋଇଥିଲା ତାର ଆନୁମାନିକ ମୂଲ୍ୟ ୨୫ କୋଟି ଟଙ୍କା ହେବ । ଏହାକୁ ଦିଲ୍ଲୀର ସବୁଠାରୁ ବଡ ଲୁଟ୍ ବୋଲି ପୋଲିସ କହିଥିଲା ।

ଚତୁର ଲୁଟେରାମାନେ ବହୁ ସତର୍କତାର ସହିତ ଏହି ଚୋରି ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଚୋରମାନେ ଗହଣା ଦୋକାନର କାନ୍ଥ କଣା କରି ସୋରୁମର ଲକର ପର୍ଯ୍ୟନ୍ତ ପହଂଚି ଯାଇଥିଲେ । ଚୋରମାନେ ସୋରୁମର ଚତୁର୍ଥ ମହଲାକୁ ଯାଇ ଛାତର ତାଲା ଭାଙ୍ଗି ତଳକୁ ଆସିଥିଲେ । ଏହାପରେ ସୋରୁମ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସିସିଟିଭି କନେକସନ କାଟି ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଷ୍ଟ୍ରଙ୍ଗରୁମରେ ୩ ସ୍ତରର ଲୁହା କାନ୍ଥ ନିର୍ମାଣ କରାଯାଇଥିଲେ ବି ଚୋରମାନେ ଏହାକୁ କାଟି ଷ୍ଟ୍ରଙ୍ଗରୁମ ଭିତରେ ପ୍ରବେଶ କରିଥିଲେ । ଏହାପରେ ଷ୍ଟ୍ରଙ୍ଗରୁମର ଲକରରେ ଥିବା ସମସ୍ତ ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe