ହସ୍ପିଟାଲରୁ ଚମ୍ପଟ ମାରିଲେ ୨୫ ଜଣ କରୋନା ଆକ୍ରାନ୍ତ । ମିଳୁନି ଖୋଜଖବର, ଖୋଜୁଛି ପୋଲିସ ।

291

କନକ ବ୍ୟୁରୋ : ସାରା ଦେଶରେ କରୋନା ଆତଙ୍କ ବଢିଚାଲିଥିବା ବେଳେ ଦିଲ୍ଲୀରୁ ଆସିଛି ଏକ ଚିନ୍ତାଜନକ ଖବର । କାହାକୁ ନଜଣାଇ ଡାକ୍ତରଖାନାରେ ଭର୍ତ୍ତି ଥିବା ୨୩ଜଣ କରୋନା ରୋଗୀ ଚାଲିଯାଇଥିବା ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ପରେ ନିଜର ଅପାରଗତାକୁ ଲୁଚାଇବା ପାଇଁ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଘଟୁଥିବା କହିଛନ୍ତି ଉତ୍ତର ଦିଲ୍ଲୀର ମେୟର ଜୟ ପ୍ରକାଶ ।

ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୧୯ରୁ ମେ’ ୬ମଧ୍ୟରେ ୨୩ଜଣ କରୋନା ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଖସି ପଳାଇଥିବା ଜଣାପଡିଛି । ଉତ୍ତର ଦିଲ୍ଲୀରେ ଥିବା ହିନ୍ଦୁ ରାଓ ହସ୍ପିଟାଲରେ ଏଭଳି ଘଟଣା ଘଟିଛି । ତେବେ ଏଭଳି ହଠାତ ଡାକ୍ତରଖାନାରୁ କରୋନା ରୋଗୀ ଚାଲିଯିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏନେଇ ମେୟରଙ୍କୁ ପଚରାଯିବା ପରେ ସେ କହିଛନ୍ତି ଯେ, ଏହି ଘଟଣା ସାମ୍ନାକୁ ଆସିବା ପରେ ଖସି ପଳାଇଥିବା ୨୩ଜଣଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୁଲିସକୁ କୁହାଯାଇଛି । ଏହା କେବଳ ହିନ୍ଦୁ ରାଓ ହସ୍ପିଟାଲରେ ନୁହେଁ ସରକାରୀ ହସ୍ପିଟାଲରେ ମଧ୍ୟ ଘଟୁଛି ।