ଶୋଷିଲା ମଣିଷଙ୍କ ପାଇଁ ପିପିଲି ଭବାନୀପୁରରେ ୨୪ ଘଣ୍ଟିଆ ଜଳଛତ୍ର ବ୍ୟବସ୍ଥା ।

Advertisment
ଶୋଷିଲା ମଣିଷଙ୍କ ପାଇଁ ପିପିଲି ଭବାନୀପୁରରେ ୨୪ ଘଣ୍ଟିଆ ଜଳଛତ୍ର ବ୍ୟବସ୍ଥା ।

କନକ ବ୍ୟୁରୋ: ବାହାରେ ପ୍ରବଳ ଖରା । ଗ୍ରୀଷ୍ମର ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ତାତି ପାଇଁ ମଣିଷ ତ୍ରାହି ତ୍ରାହି ଡାକୁଥିବା ବେଳେ ଖରାରୁ ରକ୍ଷା ପାଇବା ପାଇଁ କେଉଁ ଗଛ ମୂଳ କିମ୍ବା ଛାଇ ଜାଗା ଦେଖି ଆଶ୍ରୟ ନେଉଛିୁ ବାଟୋଇ । ଆଉ ଏତିକି ବେଳେ ବାଟୋଇ ଏବଂ ତୃଷାର୍ତ୍ତ ମଣିଷଙ୍କ ଶୋଷ ମେଣ୍ଟାଇବା ପାଇଁ ଜଳଛତ୍ରର ବ୍ୟବସ୍ଥା ହୋଇଛି ।

ପ୍ରଚଣ୍ଡ ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପୁରୀ ଜିଲ୍ଲା ପିପିଲି ଭବାନୀପୁରଠାରେ ଏକ ଜଳଛତ୍ର ଖୋଲିଛି। ଅବୁଲ କ୍ବାଶିମ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋଲିଥିବା ଏହି ଜଳଛତ୍ରରେ ଲୋକଙ୍କୁ ୨୪ ଘଣ୍ଟା ଶୁଦ୍ଧ ପିଇବା ପାଣି ଏବଂ ଦହି ସର୍ବତ ଯୋଗେଇ ଦିଆଯାଉଛି। ପ୍ରଚଣ୍ଡ ଖରାରେ ରାସ୍ତାରେ ଯାଉଥିବା ଲୋକଙ୍କୁ ପିଇବା ପାଣି ଯୋଗାଇବା ସହ ଲୋକଙ୍କ ଶୋଷ ମେଣ୍ଟେଇବାକୁ ଟ୍ରଷ୍ଟ ପକ୍ଷରୁ ଉଦ୍ୟମ ହୋଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe