ଦିନକୁ ୧୦ ଥରରୁ ଅଧିକ ହେଉଛି ପରିଶ୍ରା ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଦେଖାନ୍ତୁ ! ନହେଲେ ସାଙ୍ଘାତିକ ରୋଗ କବଳରେ ପଡିପାରନ୍ତି ।

1,807

ଆପଣଙ୍କ ମଧ୍ୟରେ କିଛି ଏଭଳି ଲୋକ ଥିବେ ଯେଉଁମାନେ ବାରମ୍ବାର ପରିଶ୍ରା ଯାଉଥିବେ । ଯଦି ଆପଣ ମଧ୍ୟ ଏହି ତାଲିକାରେ ସାମିଲ୍ ଅଛନ୍ତି ତେବେ ଆପଣଙ୍କୁ କହିରଖୁଛୁ କିଛି ରୋଗ କାରଣରୁ ଏଭଳି ଅସୁବିଧା ମଧ୍ୟ ଦେଖାଦେଇଥାଏ । ଏହି ରୋଗ ମଧ୍ୟରେ ଡାଇବେଟିସ୍ ,ହାଇ ବ୍ଲଡପ୍ରେସର,ୟୁଟିଆଇ ଭଳି ରୋଗରେ ଏଭଳି ସମସ୍ୟା ଦେଖାଦିଏ । ଏମିତିବି ହୁଏ ଯେ ଆପଣଙ୍କୁ ପରିଶ୍ରା ଆସିବା ଭଳି ଲାଗୁଥିବ କିନ୍ତୁ ପରିଶ୍ରା ହେଉନଥିବ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହା ରୋଗର ସଙ୍କେତ । ଯଦି ପରିଶ୍ରାରେ ଗାଢ ରଙ୍ଗ ହେଉଛି ତେବେ ଆପଣଙ୍କୁ କହିରଖୁଛୁ ଯେ ଏହା ମଧ୍ୟ ରୋଗିଣା ହେବାର ସଙ୍କେତ । ଏଥିପ୍ରତି ମଧ୍ୟ ସଜାଗ ରୁହନ୍ତୁ ।

ଦିନରେ କେତେଥର ଆପଣ ପରିଶ୍ରା ଯାଉଛନ୍ତି ଯଦି ୮ ରୁ ୧୦ ଥର ଉପରକୁ ଯାଉଛନ୍ତି ତେବେ କହିରଖୁଛୁ କି ୧୦ ଥରରୁ ଅଧିକ ପରିଶ୍ରା ଯାଉଥିଲେ ଆପଣ କେଉଁ ରୋଗରେ ପୀଡିତ ଅଛନ୍ତି । ଯଦି ଆପଣଙ୍କୁ ଏବେ ବି ୮ ରୁ ୧୦ ଥର ପରିଶ୍ରା ଆସୁଛି ତେବେ ଆଜି ହିଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।