ଦ୍ୱିତୀୟ ଦିନରେ ୫୦ ଉପରେ କରୋନା ମୃତ୍ୟୁ : ୨୪ ଘଂଟାରେ ୨୪୮୭ ଆକ୍ରାନ୍ତ ଚିହ୍ନଟ, ୫୧ ମୃତ

201

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ୫୦ ଉପରେ କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଂଟାରେ ୫୧ଜଣଙ୍କ ଜୀବନ ନେଲା ମହାମାରୀ । ସେପଟେ ଗୋଟିଏ ଦିନରେ ୨୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୪୨୮ଜଣ ହୋଇଥିବା ବେଳେ ୧୦୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

କଟକରୁ ୪୨୨, ଅନୁଗୁଳରୁ ୭୯ଜଣ, ବାଲେଶ୍ୱରରୁ ୧୫୭ଜଣ, ବରଗଡ଼ରୁ ୨୨ଜଣ, ଭଦ୍ରକରୁ ୧୧୩ଜଣ, ବଲାଙ୍ଗୀରରୁ ୧୬ଜଣ, ବୌଦ୍ଧରୁ ୧୨ଜଣ, କଟକରୁ ୪୨୨ଜଣ, ଦେବଗଡ଼ରୁ  ୯ଜଣ, ଢେଙ୍କାନାଳରୁ ୫୯ଜଣ, ଗଜପତିରୁ ୧୧ ଜଣ, ଗଞ୍ଜାମରୁ ୧୪ ଜଣ, ଜଗତସିଂହପୁରରୁ ୧୨୬ ଜଣ, ଯାଜପୁରରୁ ୨୦୨ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୮୭ଜଣ, କେଉଁଝରରୁ ୬୮ ଜଣ, ଖୋର୍ଦ୍ଧାରୁ ୪୦୭ ଜଣ, କୋରାପୁଟରୁ ୫୨ଜଣ, ମାଲକାନଗିରିରୁ ୫୪ଜଣ, ମୟୁରଭଞ୍ଜରୁ ୧୦୩ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ରୁ ୮୦ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୫୪ଜଣ, ରାୟଗଡ଼ାରୁ ୨୬ଜଣ, ସମ୍ୱଲପୁରରୁ ୨୬ଜଣ, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟ ପୁଲରୁ ୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬ । ସେଥିରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୯୪ ହଜାର ୧୦୪ଜଣ । ଏବେବି ସକ୍ରିୟ ଅଛନ୍ତି ୨୮ ହଜାର ୭୩୦ ଜଣ । ୬୩ ହଜାର ୧୮୪ଜଣ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ରେଟ ରହିଛି ୩ ଦଶମିକ ୯୩ ପ୍ରତିଶତ । ଜୁନ ମାସର ୩୦ ଦିନରେ ୧ ଲକ୍ଷ ୪୪ ହଜାର ୭୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ଶହ ୬୪ ମୁଣ୍ଡ ନେଇଛି ମହାମାରୀ । ଜୁଲାଇ ମାସର ୬ ଦିନରେ ୧୭ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୧ଜଣଙ୍କ ମୃତ୍ୟୁ ହୋଇଛି ।