ବିଦେଶ ଫେରାନ୍ତଙ୍କୁ ନେଇ ବଢିଲା ଚିନ୍ତା : ଆକ୍ରାନ୍ତ ରାଷ୍ଟ୍ରରୁ ରାଜ୍ୟକୁ ଫେରିଥିବା ୨୪୬ କରୋନା ପଜିଟିଭ୍ ଚିହ୍ନଟ; ଆଇଏଲଏସ ନିର୍ଦ୍ଦେଶକଙ୍କ ସୂଚନା

365

କନକ ବ୍ୟୁରୋ : ନଭେମ୍ବର ୨୪ପରେ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ । ସମସ୍ତଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଆସିଛି । ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନମ ସିକ୍ୱେସିଂ ହୋଇଥିଲା । ୧୪୧ରୁ କୌଣସି ନମୁନା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନି ।

ସେପଟେ, ଓମିକ୍ରନ୍ ଭୟ ଭିତରେ ଓଡ଼ିଶାକୁ ବିଦେଶରୁ ଫେରିଲେଣି ୮୦୦ରୁ ଅଧିକ ଲୋକ । ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଇପାରୁନାହିଁ । ଏଆର ସୁବିଧା ପୋର୍ଟାଲରେ ଭୁଲ ଠିକଣା ଓ ଯୋଗାଯୋଗ ନମ୍ବର ଦେଇଥିବାରୁ ସେମାନଙ୍କୁ ଠାବ କରିପାରୁନାହିଁ ସ୍ୱାସ୍ଥ୍ୟ ବିଭାଗ । କୋଭିଡ୍ ଲକ୍ଷଣ ଥିଲେ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଓମିକ୍ରନ୍ ନେଇ ଆଲୋଚନା ଚାଲିଛି, ଭୟଭୀତ ହେବାର କୌଣସି କାରଣ ନାହିଁ । କିଏ କେଉଁଠୁ ଆସୁଛି ତଥ୍ୟ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି । ପୂରା ରାଜ୍ୟ ଉପରେ ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।