କନକ ବ୍ୟୁରୋ : ୟୁକ୍ରେନ୍-ଋଷ ସଂକଟ ମଧ୍ୟରେ ୟୁକ୍ରେନରୁ ଭାରତ ଫେରିଲେ ଛାତ୍ରଛାତ୍ରୀ । ୨୪୨ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଭାରତ ଫେରିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ । ଗତକାଲି ବିଳମ୍ବିତ ରାତିରେ ବୋଇଙ୍ଗ-୭୮୭ ବିମାନରେ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ଗତକାଲି ସକାଳ ୭ଟା ୩୦ରେ ଏହି ବିମାନ ଦିଲ୍ଲୀରୁ ୟୁକ୍ରେନ୍ ଅଭିମୁଖେ ଯାଇଥିଲା ।
ଅପରାହ୍ଣରେ ୟୁକ୍ରେନରେ ପହଂଚିବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱେଦେଶ ଫେରିଛି । ସେହିପରି ୨୪ ଓ ୨୬ ତାରିଖରେ ଏୟାର ଇଣ୍ଡିଆର ଆଉ ଦୁଇଟି ବିମାନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଆଣି ଭାରତ ଆସିବ । ସେହିପରି ଭାରତ ସରକାରଙ୍କ ପକ୍ଷରୁ ୟୁକ୍ରେନରୁ ୪ଟି ବିମାନ ଦ୍ୱାରା ଭାରତୀୟଙ୍କୁ ଅଣାଯିବ । ୨୫, ୨୭ ଓ ମାର୍ଚ୍ଚ ୬ ତାରିଖରେ ଏହି ବିମାନ ଦ୍ୱାରା ଭାରତୀୟଙ୍କୁ ଦିଲ୍ଲୀ ଅଣାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/air-india-lands-delhi.webp)
/kanak/media/post_attachments/wp-content/uploads/2022/02/5d85c658-940d-11ec-9470-469037641c48_1645554810218.webp)