କ୍ରିକେଟ୍‌ ମ୍ୟାଚ୍‌ ବେଳେ ଯୁକ୍ତିତର୍କ; ପଥରରେ ଛେଚି ୨୪ ବର୍ଷିୟ ଯୁବକଙ୍କୁ ହତ୍ୟା

Advertisment
କ୍ରିକେଟ୍‌ ମ୍ୟାଚ୍‌ ବେଳେ ଯୁକ୍ତିତର୍କ; ପଥରରେ ଛେଚି ୨୪ ବର୍ଷିୟ ଯୁବକଙ୍କୁ ହତ୍ୟା

କନକ ବ୍ୟୁରୋ: ରବିବାର ଦିନ ନୋଏଡ଼ା ଏକ୍ସଟେନ୍‌ସନ୍‌ରେ ଆୟୋଜିତ କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଯୁକ୍ତିତର୍କ କରି ୩ଜଣ ବ୍ୟକ୍ତି ଜଣେ ୨୪ ବ‌ର୍ଷିୟ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ପୁଲିସ କହିଛି। ୩ଜଣଙ୍କ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ୨୪ ବର୍ଷିୟ ସୁମିତ ନଳାରେ ପଡ଼ିଯାଇଥିଲା।
ଉତ୍ତର ପ୍ରଦେଶର ମିରଟ ଜିଲ୍ଲାରୁ ଆସିଥିବା ସୁମିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା କଥା ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି। ଡେପୁଟି ପୁଲିସ କମିସନର ହିର୍ଦେଶ କାଥେରିଆ କହିଛନ୍ତି, ଚିପିୟାନା ଗାଁ ନିକଟରେ କ୍ରିକେଟ୍‌ ମ୍ୟାଚ୍‌ ବେଳେ ମାଡ଼ପିଟି ଲାଗିଥିବା କଥା ଅପରାହ୍ଣରେ ବିସରଖ ଥାନା କର୍ମଚାରୀମାନଙ୍କୁ ଅବଗତ କରାଯାଇଥିଲା।

ସୂଚନା ମୁତାବକ, ଆକ୍ରମଣକାରୀଙ୍କ ପାଖରୁ ଧାଇଁ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଚଳେ ସୁମିତ ନଳାରେ ପଡ଼ିଗଲେ। ତା’ପରେ ତିନିହେଁ ପଥର ପକାଇ ତା’ର ମୁଣ୍ଡକୁ ଛେଚି ପକାଇବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଲା। ସୁମିତଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।ମୁଖ୍ୟ ଅଭିଯୁକ୍ତ ହିମାଂଶୁ ଓ ଆଉ ୨ଜଣଙ୍କ ନାଁ’ରେ ବିସରଖ୍ ଥାନାରେ ‘ଏଫ୍‌ଆଇଆର୍‌’ ପଞ୍ଜିକୃତ କରାଯିବା ସହିତ ସୁମିତର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe