ବରଫ ଝଡର ସାମ୍ନା କରି ହିମାଳୟର ହାଂପ୍ତା ପାସ ଆରୋହଣ କଲେ ୨୪ ଓଡିଆ । ମାଇନସ ୫ରୁ ୧୦ ଡିଗ୍ରୀ ଶୀତରେ ଉଡାଇଲେ ତ୍ରିରଙ୍ଗା ।

96

କନକ ବ୍ୟୁରୋ: ବରଫ ଝଡର ସାମ୍ନା କରି ୧୪ ହଜାର ୬୫ ଫୁଟ ଉଚ୍ଚତା ବିଶିଷ୍ଟ ହିମାଳୟର ହାଂପ୍ତା ପାସ ଆରୋହଣ କରିଛନ୍ତି ୨୪ ଜଣ ଓଡିଆ । ମାଇନସ ୫ ଡିଗ୍ରୀରୁ ୧୦ ଡିଗ୍ରୀ ହାଡଭଙ୍ଗା ଶୀତ ସହିତ ବରଫ ଝଡକୁ ସାମ୍ନା କରି ୨୪ ଜଣ ପ୍ରତିଭା ଏଠାରେ ଜାତୀୟ ପତାକା ଉଡାଇଥିଲେ । କଳିଙ୍ଗ ଡେୟାରଡେଭିଲସ ଓ ଥ୍ରୀଲୋଫିଲିଆର ମିଳିତ ଆନୁକୁଲ୍ୟରେ ଏହି ପ୍ରତିଭାଙ୍କୁ ଚୟନ କରାଯାଇଥିଲା ।

୮ ତାରିଖ ସକାଳୁ ଆରୋହଣ ପାଇଁ ହିମାଚଳ ପ୍ରଦେଶର ଯୋବ୍ରା ଠାରୁ ଯାତ୍ରା ଆରମ୍ଭ ହୋଇଥିଲା । ସର୍ବନିମ୍ନ ତାପମାତ୍ରାର ପୋଷାକ ଓ ସମସ୍ତ ଉପଯୋଗୀ ଉପକରଣ ସହିତ ସାହସିକତାର ସହ ଯାତ୍ରା କରିଥିଲେ । ୧୦ ତାରିଖ ଅପରାହ୍ଣରେ ଶେଷ ଶିଖରରେ ପହଞ୍ଚି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଆସନ୍ତା ୧୫ରେ ଭୁବନେଶ୍ୱରରେ ସମସ୍ତ ପ୍ରତିଭାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।