ରାଜ୍ୟରେ ଖୋଲିବ ୨୪ଟି ନୂଆ ଆଇଟିଆଇ କଲେଜ : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସୂଚନା

100

କନକ ବ୍ୟୁରୋ : ସ୍ୱାଭାବିକ ହେଲା ବିଧାନସଭା ଗୃହ କାର୍ଯ୍ୟ । ତିନି ଦିନ ପରେ ଆଜି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ବିଧାନସଭାର ପ୍ରଶ୍ନକାଳରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ଆଲୋଚନା ହୋଇଛି । ରାଜ୍ୟରେ ଆଉ ୨୪ଟି ନୂଆ ଆଇଟିଆଇ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ବର୍ତମାନ ୪୯ଟି ସରକାରୀ ଆଇଟିଆଇ ରହିଥିବା ବେଳେ ୪୪୮ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି । ତାଲିମ ଦେବା ଉପରେ ପ୍ରାଧାନ୍ୟ ଦିଆଯାଉଛି, କିନ୍ତୁ ନିଯୁକ୍ତି କ୍ଷେତ୍ରରେ ଫୋକସ୍ ଦିଆଯାଉନି ବୋଲି ମନ୍ତ୍ରୀ କହିଛନ୍ତି । ପିଲାଙ୍କୁ ନିଯୁକ୍ତି ଦେବା କାର୍ଯ୍ୟ ସରକାରଙ୍କ ଦ୍ୱାୟିତ୍ୱ ବିଭାଗ କେବଳ ତାଲିମ ଦେଇଥାଏ ବୋଲି ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।