କନକ ବ୍ୟୁରୋ : ହେଭିୱେଟଙ୍କ ଶେଷ ମ୍ୟାଚ୍ । ୨୪ ନିର୍ବାଚନ ହେବ ଅନ୍ତିମ ପରୀକ୍ଷା । ପ୍ରସନ୍ନ ଆଚାର୍ଯ୍ୟ, ନରସିଂହ ମିଶ୍ର, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ, ଦେବୀ ମିଶ୍ର. ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ପଦ୍ମନାଭ ବେହେରା ଓ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲିକ ଓ ନୃସିଂହ ସାହୁ । ଓଡିଶା ରାଜନୀତିର ଏହି ଦିଗଜ ଚେହେରା, ଦଶନ୍ଧୀ ଦଶନ୍ଧୀ ଧରି ରାଜନିତୀରେ ନିଜର ପ୍ରଭାବ ଓ ପ୍ରତିଆର ଜାହିର କରିଆସିଛନ୍ତି । କିଏ ୬ ଥରର ବିଧାୟକ, ତ’ କିଏ ୫ ଥରର ବିଧାୟକ । ଆଉ କିଏ ଅନେକ ବିଭାଗରେ ଏକାଧିକ ବାର ମନ୍ତ୍ରୀ ହୋଇ ଦଳର ତଥା ସରକାରଙ୍କର କ୍ରାଇସିସ ମ୍ୟାନେଜର ବା ସଂକଟ ସମୟର ତ୍ରାରଣକର୍ତା ମଧ୍ୟ ସାଜିଛନ୍ତି । କିନ୍ତୁ ମନୋବଳ ଦୃଢ ଥିଲେ ବି ସାଥ ଦେଉନି ଶାରୀରିକ ବଳ । କାରଣ ବୟସର ଅପରାହ୍ନଣରେ ଏହି ହେଭିେଓଟ ନେତା । କୁହାଯାଉଛି ୨୦୨୪ ନିର୍ବାଚନ ହେବ ସେମାନଙ୍କ ଶେଷ ରାଜନୈତିକ ପରୀକ୍ଷା ।
ପ୍ରସନ୍ନ ଆଚାର୍ଯ୍ୟ
ପଶ୍ଚିମ ଓଡିଶାର ଜଣାଶୁଣା ଚେହେରା । ୩ଥରର ବିଧାୟକ ଓ ୪ ଥରର ସାଂସଦ । ବିଜୁ ପଟ୍ଟନାୟକଙ୍କଠୁଁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କର ଏକଦମ ଘନିଷ୍ଠ । କିନ୍ତୁ ବୟସ ବର୍ତମାନ ୭୪ ହେଲାଣି । ଚର୍ଚ୍ଚା ହେଉଛି ୨୦୨୪ ହୋଇପାରେ ତାଙ୍କର ଶେଷ ମ୍ୟାଚ୍ ।
ବିଜୟ ମହାପାତ୍ର
ରାଜ୍ୟ ରାଜନିତୀର ଚର୍ଚ୍ଚିତ ଚେହେରା । ୪ ଥରର ବିଧାୟକ, ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ହେଲେ ୨୦୦୦ ମସିହାରୁ ବିଧାନସଭାର ମାଟି ମାଡିପାରୁନାହନ୍ତି ବିଜୟ । କୁହାଯାଉଛି ୨୦୨୪ ମଧ୍ୟ ତାଙ୍କ ଶେଷ ଲଢେଇ ହୋଇପାରେ ।
ନରସିଂହ ମିଶ୍ର
କଂଗ୍ରେସ ବିଧାୟକ ଦଳ ନେତା । ୫ଥରର ଅପ୍ରତିଦ୍ୱନ୍ଦୀ ବିଧାୟକ । ବିଧାନସଭାରେ ଶାଣିତ ତଥା ତଥ୍ୟ ଭିତିକ ଯୁକ୍ତିରେ ସରକାରଙ୍କୁ ଘାଇଲା କରନ୍ତି । ଏବେ ନରସିଂହଙ୍କ ବୟସ ୮୩ ଅତିକ୍ରମ କଲାଣି । ବୟସ ସିନା ବଢ଼ିଛି, କିନ୍ତୁ ଅଭିଜ୍ଞତାଙ୍କୁ ଆହୁରୀ ପରିପକ୍ୱ କରିଛି । ସେ ୨୪ ଲଢ଼େଇରେ, ଲଢ଼ୁଆ ହେବେ ନା ନାହିଁ ତା ଉପରେ ମଧ୍ୟ ନଜର ।
ଖାରବେଳ ସ୍ୱାଇଁ
ବିଜେପିର ଉପକୂଳିଆ ଟାଣୁଆ ନେତା । ୩ ଥରର ସାଂସଦ । ବୟସ ୭୦ ଟପିଲାଣି । ୨୦୧୯ରେ କନ୍ଧମାଳରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ୨୦୨୪ରେ ବାଲେଶ୍ୱରରୁ ଲଢିବା ପାଇଁ ମଧ୍ୟ କହିଲେଣି ।
ଏହି ତାଲିକାରେ ଏନେକ ନାଁ । ପଦ୍ମନାଭ ବେହେରା , ବଦ୍ରି ପାତ୍ର, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ, ପ୍ରଫୁଲ୍ଲ ମଲିକ ଓ ନୃସିଂହ ସାହୁଙ୍କ ଭଳି ଭଳି କିଛି ଚେହେରା ୨୦୨୪ ଲଢେଇରେ ନିଜେ ପ୍ରତିଦ୍ୱନ୍ଦିତା କରିବେ ନହେଲେ ନିଜ ପୁଅ ଓ ସଂପର୍କୀୟଙ୍କ ପାଇଁ ମଧ୍ୟ ଲବି ଆରମ୍ଭ କଲେଣି । ଯଦି ସେମାନଙ୍କୁ ସୁଯୋଗ ନମିଳେ , ତେବେ ୨୦୨୪ ହେବ ତାଙ୍କ ପାଇଁ ଶେଷ ପରୀକ୍ଷା ।