କନକ ବ୍ୟୁରୋ: ଭୁବନେଶ୍ୱରରରୁ ଆଜି ପୁଣି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ୧୧ଜଣଙ୍କ ମଧ୍ୟରୁ ୭ଜଣ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ।
Update on newly detected #COVID19 cases in the last 24 hrs under the BMC area on 22 Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/eqkNaflUMP— BMC (@bmcbbsr) June 22, 2020
ଚିହ୍ନଟ ହୋଇଥିବା ୧୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କ ଘର ଉତ୍ତରପ୍ରେଦେଶରେ। ସମସ୍ତ ଆକ୍ରାନ୍ତ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୩୩ବର୍ଷ, ୪୦ବର୍ଷ, ୫୫ବର୍ଷ, ୩୦ବର୍ଷ, ୨୧ବର୍ଷ ଓ ୨୨ବର୍ଷ । ସେମାନେ ସମସ୍ତେ ମଞ୍ଚେଶ୍ୱର ଅଞ୍ଚଳସ୍ଥ ପ୍ରତିଦିନ ଅଫିସ୍ ନିକଟରେ କାମ କରୁଥିଲେ। ସମସ୍ତେ ଉତ୍ତରପ୍ରଦେଶ ଫେରନ୍ତା। ସେହିପରି ୨୭ବର୍ଷୀୟ ପୁରୁଷ ପଶ୍ଚିମବଙ୍ଗର ବାସିନ୍ଦାଙ୍କର ବି କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିଛି। ସେ ବି ମଞ୍ଚେଶ୍ୱର ଅଞ୍ଚଳସ୍ଥ ପ୍ରତିଦିନ ଅଫିସ୍ ନିକଟରେ କାମ କରୁଥିଲେ। ସେ କିଛିଦିନ ତଳେ ପଶ୍ଚିମବଙ୍ଗରୁ ଫେରିଥିଲେ।ଅଷ୍ଟମ କରୋନା ଆକ୍ରାନ୍ତ ଜଣକ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ। ସେ ଭୁବନେଶ୍ୱରସ୍ଥିତ ବାଣୀବିହାରରେ ନିର୍ମାଣ କାମ କରୁଥିଲେ। ସେହିପରି ଅନ୍ୟ ତିନିଜଣ କରୋନା ଆକ୍ରାନ୍ତ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଏମାନେ ସମସ୍ତେ ରେଳ କର୍ମଚାରୀ । ଏହି ରେଳ କର୍ମଚାରୀଙ୍କ ବୟସ ଯଥାକ୍ରମେ ୬୦ବର୍ଷ, ୨୮ବର୍ଷ ଓ ୨୮ବର୍ଷ ରହିଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଥିବା ବେଳେ ଏଥିରୁ ୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।