କମୁଛି ସଂକ୍ରମଣ । ରାଜ୍ୟରେ ୨୪ ଘଂଟାରେ ୩ ହଜାର ୧୪୪ ଆକ୍ରାନ୍ତ, ୧୬ ମୃତ

203

କନକ ବ୍ୟୁରୋ : ଆଜି ରାଜ୍ୟରେ ୩ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮୨୫ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ୧୩ ଶହ ୧୯ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ୫୬୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୪୩, ଅନୁଗୁଳରୁ ୧୨୮, ବାଲେଶ୍ୱରରୁ ୭୨, ବରଗଡ଼ରୁ ୯୪, ଭଦ୍ରକରୁ ୧୦୧, ବଲାଙ୍ଗିରରୁ ୮୬, ଯାଜପୁରରୁ ୧୦୧, ଝାରସୁଗୁଡ଼ାରୁ ୮୩, କଳାହାଣ୍ଡିରୁ ୧୨୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡ଼ାରୁ ୮୨, କେନ୍ଦୁଝରରୁ ୬୩, କୋରାପୁଟରୁ ୩୭ ଜଗତସିଂହପୁରରୁ ୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେବଗଡ଼ରୁ ୨୪, ଢେଙ୍କାନାଳରୁ ୭୩, ଗଜପତିରୁ ୯, ଗଂଜାମରୁ ୩୮, ପୁରୀରୁ ୧୨୨, ମୟୁରଭଂଜରୁ ୧୧୫, ନବରଙ୍ଗପୁରରୁ ୧୦୭, ନୟାଗଡ଼ରୁ ୫୮ ନୂଆପଡ଼ାରୁ ୧୧୪, ସମ୍ବଲପୁରରୁ ୧୩୬, ସୋନପୁରରୁ ୮୬, ସୁନ୍ଦରଗଡ଼ରୁ ୧୦୫, ଷ୍ଟେଟ ପୁଲରୁ ୧୩୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ, ୪୪ହଜାର ୧୪୨କୁ ବୃ୍ଦ୍ଧି ପାଇଛି ।

ଏମାନଙ୍କ ଭିତରୁ ୨ଲକ୍ଷ ୧୩ହଜାର ୬୭୨ଜଣ ସୁସ୍ଥ ହୋଇଥିବା ବେଳେ ୨୯ହଜାର ୪୪୩ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି ୨୪ଘଂଟା ଭିତରେ କରୋନା କାରଣରୁ ୧୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଏବଂ ଭୁବନେଶ୍ୱର ଜିଲ୍ଲାରୁ ୪ଜଣ ଲେଖାଏଁ ମୃତ୍ୟୁ ହୋଇଥିବା ବେଳେ, କଳାହାଣ୍ଡି, ମୟୁରଭଂଜ, ନୟାଗଡ଼ରୁ ୨ଜଣ ଲେଖାଏଁ  ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।