କେନ୍ଦ୍ରାପଡାରେ ୨୪ ଘଣ୍ଟିଆ ବନ୍ଦ ପାଳନ : ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ପିକେଟିଂ

119

କନକ ବ୍ୟୁରୋ : କେନ୍ଦ୍ରାପଡାରେ ୨୪ଘଣ୍ଟିଆ ବନ୍ଦ ପାଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି ହୋଇଛି । ବନ୍ଦକୁ ସହରବାସୀ ଓ ସ୍ଥାନୀୟ ଲୋକ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ପିକେଟିଂ କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସୂଚନାନୁସାରେ, କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବ˚ ରକ୍ତ ଭଣ୍ତାରକୁ ଛାଡ଼ି ଦେଲେ ବାକି ସବୁ ବିଭାଗ ଗତ ୯ତାରିଖରେ ଶାମଗୁଡ଼ିଆସ୍ଥିତ ନୂଆ ଛଅ ତାଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତରିତ ହୋଇଛି । ଏହି ସ୍ଥାନାନ୍ତରକୁ ସହରବାସୀ ସ୍ବାଗତ କରୁଥିଲେ ବି ପୁରୁଣା ମେଡିକାଲ୍‌କୁ ସିଟି ହସ୍ପିଟାଲ୍‌ କରିବାକୁ ଦାବି କରି ଆସୁଛନ୍ତି । କିନ୍ତୁ କର୍ତ୍ତୃପକ୍ଷ ପୁରୁଣା ମେଡିକାଲକୁ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର କରିଛନ୍ତି । ଫଳରେ ରୋଗୀ ମାନଙ୍କ ପାଇଁ କେବଳ ଆଉଟଡୋର‌୍‌ ସୁବିଧା ସକାଳ ୮ରୁ ୧୨ ଏବ˚ ୪ରୁ ୬ଟା ଯାଏ ଉପଲବ୍ଧ ହେଉଛି । ଆଉଟଡୋର‌୍‌ ପରିବର୍ତ୍ତେ ଇନଡୋର‌୍‌ ସୁବିଧା ସହିତ ସିଟି ହସ୍ପିଟାଲ୍‌ କରିବାକୁ ସହରବାସୀ ଦାବି କରୁଛନ୍ତି । ଏହି ଦାବି ନେଇ ଗତ ୬ତାରିଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।