କନକ ବ୍ୟୁରୋ : ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଅସ୍ତ୍ରୋପଚାର ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏଣିକି ଜରୁରୀକାଳିନ ସ୍ଥିତିରେ ଅସ୍ତ୍ରୋପଚାର ପାଇଁ କଟକ ମେଡ଼ିକାଲକୁ ଯିବାକୁ ପଡ଼ିବ ନାହିଁ । କ୍ୟାପିଟାଲ ହସ୍ପିଟାଲରେ ୨୪ ଘଂଟିଆ ଜରୁରୀକାଳିନ ଓଟି ସେବା ମିଳିବ ।

Advertisment

ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ଭାବେ ବଡ଼ ଅତ୍ୟାଧୁନିକ ଓଟି ନିର୍ମାଣ କରାଯାଇଛି । ଓଟି ପରିଚାଳନା ପାଇଁ ତିନୋଟି ସିପ୍ଟ କରାଯାଇଛି । ଏହି ତିନୋଟି ସିପ୍ଟରେ ଡାକ୍ତରଙ୍କଠାରୁ ଆରମ୍ଭ କରି ପାରାମେଡ଼ିକାଲ ଷ୍ଟୋଫ୍ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ରୋଗୀଙ୍କ ଚିକିତ୍ସା ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼େ, ତେବେ ଆଉ ରେଫର କରିବାକୁ ପଡ଼ିବ ନାହିଁ । ଆସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ପରୀକ୍ଷା ନିରୀକ୍ଷା ପାଇଁ ଷ୍ଟାଫ ମଧ୍ୟ ଉପସ୍ଥିତ ରହିବେ ।