ନିର୍ବାଚନ ପରେ ୨୪ ଘଂଟା ମିଳିବ ବିଜୁଳି ! ଶକ୍ତି ବିଭାଗ ପାଇଁ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କଲେ ସରକାର

210

ଲୋକସଭା ନିର୍ବାଚନ ପରେ ୨୪ ଘଂଟା ବିଜୁଳି ଦେବା ଉପରେ ଜୋର ଦିଆଯିବ । ବିଦ୍ୟୁତ କମ୍ପାନୀଗୁଡିକର ଅବସ୍ଥା ସୁଧାରିବା ଓ ୨୪ ଘଂଟା ବିଜୁଳି ପାଇଁ ଉଦୟ-ଟୁ ସ୍କିମର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇସାରିଲାଣି । ଏହି ସୁଧାର ନୂଆ ସରକାରର ୧୦୦ ଦିନର ଏଜେଣ୍ଡାରେ ସାମିଲ ହେବ । ସୂଚନା ମୁତାବକ, କ୍ୟାବିନେଟ୍ ସଚିବ ଶକ୍ତି ମନ୍ତ୍ରାଳୟକୁ ଉଦୟ-ଟୁ ସ୍କିମର ରୋଡମ୍ୟାପ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, ମନ୍ତ୍ରୀ ସମୂହଙ୍କ ପରାମର୍ଶକୁ ଲାଗୁ କରିବା ଓ ବିଦ୍ୟୁତ୍ କମ୍ପାନୀଗୁଡିକର ବାକି ରହିଥିବା ଶୁଳ୍କ ପୈଠ ପାଇଁ ରଣନୀତି ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦ୍ୱାରା ଉପଭୋକ୍ତାଙ୍କ ବ୍ୟତୀତ କମ୍ପାନୀ ଗୁଡିକୁ ମଧ୍ୟ ଶସ୍ତା ବିଜୁଳି ମିଳିପାରିବ । ୨୪ ଘଂଟା ବିଜୁଳି ପାଇଁ ସଂଶୋଧିତ ଟାରିଫ୍ ପଲିସି ଉପରେ ମଧ୍ୟ ସରକାରଙ୍କ ଜୋର ରହିଛି । ବିଦ୍ୟୁତ କମ୍ପାନୀ ବିଜୁଳି ଦର ବଢ଼ାଇବାକୁ ପ୍ରସ୍ତୁତି କରୁଛନ୍ତି ଏବଂ କେବଳ ନିର୍ବାଚନ ଶେଷ ହେବା ଅପେକ୍ଷାରେ ଅଛନ୍ତି । ନିର୍ବାଚନ ପରେ ବିଜୁଳି ଦରରେ ୫-୧୦% ବୃଦ୍ଧି ହେବାର ସମ୍ଭାବନା ରହିଛି ।