କନକ ବ୍ୟୁରୋ : ନିର୍ବାଚନ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍ । ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ୨୦୧୯ ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି ଜଣାପଡିଛି । କଣ୍ଟ୍ରୋଲ ରୁମର ନମ୍ବର ହେଉଛି, ୦୬୭୪୨୩୯୫୦୧୫ । ଏହି ନମ୍ବରରେ ଜନସାଧାରଣ ନିର୍ବାଚନ ସମ୍ପର୍କିତ ଅନୀୟମିତତା ଏବଂ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
/kanak/media/post_attachments/wp-content/uploads/2019/03/541098-election-generic-770x433-1-300x169.jpg) ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଛି । ସେପଟେ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ଉଷ୍ମତା ସେତିକି ବଢି ବଢି ଚାଲିଛି । ନିର୍ବାଚନ ତାରିଖ ଘୋଷଣା ସରିଥିବା ବେଳେ ନିର୍ବାଚନ ଆଦର୍ଶ ଆଚରଣବିଧି ମଧ୍ୟ ଲାଗୁ ହୋଇସାରିଛି । ତେବେ ଏହାକୁ ନେଇ ମଧ୍ୟ ରାଜନୀତି ତେଜିବାରେ ଲାଗିଛି । ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ କରାଯାଉଥିବା ରାଜନୈତିକ ଦଳଗୁଡିକ ପରସ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଛି । ସେପଟେ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ଉଷ୍ମତା ସେତିକି ବଢି ବଢି ଚାଲିଛି । ନିର୍ବାଚନ ତାରିଖ ଘୋଷଣା ସରିଥିବା ବେଳେ ନିର୍ବାଚନ ଆଦର୍ଶ ଆଚରଣବିଧି ମଧ୍ୟ ଲାଗୁ ହୋଇସାରିଛି । ତେବେ ଏହାକୁ ନେଇ ମଧ୍ୟ ରାଜନୀତି ତେଜିବାରେ ଲାଗିଛି । ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ କରାଯାଉଥିବା ରାଜନୈତିକ ଦଳଗୁଡିକ ପରସ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/vlcsnap-7064-01-31-10h46m44s3291-720x430.jpg)