୧୩ ତାରିଖରେ ମିଳିବନି ପେଟ୍ରୋଲ୍ ! ବନ୍ଦ ରହିବ ଦେଶର ପ୍ରାୟ ୫୪ ହଜାର ପମ୍ପ୍

46

କନକ ବ୍ୟୁରୋ : ଆଗାମୀ ୧୩ ତାରିଖରେ ବନ୍ଦ ରହିବ ଦେଶର ୫୪ ହଜାର ପେଟ୍ରୋଲ ପମ୍ପ । ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁସହ ଅନ୍ୟାନ୍ୟ ୧୧ ଦଫା ଦାବି ନେଇ ଡିଲର ସଂଘର ନିଷ୍ପତି । ଦାବି ନମାନିଲେ ୨୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି । ତୈଳ କମ୍ପାନି ବଢାଇଥିବା ଡିଲର ମାର୍ଜିନରେ ବୃଦ୍ଧି କରିବାକୁ ଦାବି କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର ସଂଘ । ଏପରିକି ନଭେମ୍ବର ୪ ତାରିଖରେ ହୋଇଥିବା ଚୁକ୍ତି ଆଧାରରେ ଡିଲର କମିଶନ ପ୍ରଦାନ ପାଇଁ ଦାବି ରଖିଛନ୍ତି ।

ଏଥିସହ ମାର୍କେଟ ଡିସିପ୍ଲିନାରି ପଲିସିରେ ଜରିମାନା ପାଇଁ ଯେଉଁ କଠୋର ପ୍ରାବଧାନ ରହିଛି ତାକୁ କୋହଳ କରିବା ପାଇଁ ସଂଘ ଦାବି କରିଛି । ଡିପୋରୁ ଆସୁଥିବା ତେଲରେ ବ୍ୟାପକ ବାଟମାରଣା ହେଉଥିବାରୁ ଏହି ଦିଗ ପ୍ରତି ତୈଳ କମ୍ପାନିଗୁଡିକ ଧ୍ୟାନ ଦେବାକୁ କୁହାଯାଇଛି । ଏସବୁ ଦାବି ନେଇ ତୈଳ କମ୍ପାନି ଆଲୋଚନା ଟେବୁଲକୁ ନଆସିଲେ ଦେଶର ତିନିଟି ଜାତୀୟସ୍ତରର ଡିଲର ସଂଘ ସହ ସମସ୍ତ ରାଜ୍ୟର ପେଟ୍ରୋଲ ପମ୍ପ ଡିଲର ସଂଘ ଧର୍ମଘଟକୁ ଓହ୍ଲାଇବେ ବୋଲି ନିଷ୍ପତି ହୋଇଛି ।

bjd protest against petrol price

ସୂଚନାଯୋଗ୍ୟ ଗତ ଅକ୍ଟୋବର ୪ରେ ପେଟ୍ରୋଲ ଦର ଲିଟର ପ୍ରତି ୨.୫୦ଟଙ୍କା କମିଥିବା ବେଳେ, ଡିଜେଲ ଲିଟର ପ୍ରତି ୨.୨୫ଟଙ୍କା ଶସ୍ତା ହୋଇଛି । ପେଟ୍ରୋଲ ଓ ଡିଜେଲ ଉପରୁ ମଙ୍ଗଳବାର ଲିଟର ପ୍ରତି ୨ଟଙ୍କା ବେସିକ୍‌ ଉତ୍ପାଦନ ଶୁଲ୍କ କମିଛି। ଉତ୍ପାଦନ ଶୁକ୍ଲ ହ୍ରାସର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ପୂର୍ବ ତୁଳନାରେ ଶସ୍ତା ହୋଇଛି। ଗତ ଜୁନ ୧୬ରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ପରିବର୍ତ୍ତନ ହେଉଛି।

କିଛି ଦିନ ହେଲାଣି ପ୍ରତ୍ୟେକ ଦିନ ବଢିବାରେ ଲାଗିଛି । ଫଳରେ ବଢୁଥିବା ତେଲ ଦରକୁ ନେଇ ବିଭିନ୍ନ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତ ୩ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ମୂଳ ଅବକାରୀ ଟିକସରୁ ୨ ଟଙ୍କା କମାଇଛନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ଏହି ନିଷ୍ପତି ନିଆଯାଇଛି ବୋଲି କହିଛି ଅର୍ଥ ମନ୍ତ୍ରାଳୟ ।

petrol rate hikeଏବେ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ପ୍ରାୟ ୭୦ ଟଙ୍କା ଏବଂ ଡିଜେଲ ଦର ପ୍ରାୟ ୬୦ ଟଙ୍କା ଟପିଛି । ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତି ପରେ ଦେଶକୁ ବାର୍ଷିକ ୨୬ ହଜାର କୋଟି ଟଙ୍କାର ବୋଝ ପଡିବ ବୋଲି ଅର୍ଥମନ୍ତ୍ରାଳୟ କହିଛି । କେନ୍ଦ୍ରରେ ଏନଡିଏ ସରକାର ଆସିବା ପରଠାରୁ ଏଯାଏଁ ଡିଜେଲ ଉପରେ ଅବକାରୀ ଶୁଳ୍କ ୩୮୦ ପ୍ରତିଶତ ଟପିଲାଣି ବୋଲି ସୂଚନା ମିଳିଛି । ସେହିପରି ପେଟ୍ରୋଲ ଉପରେ ଏହା ୧୨୦ ପ୍ରତିଶତ ଟପିସାରିଛି । ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏହି ଟିକସରେ କିଛି କାଟ୍ କରିଛନ୍ତି ।

ଆପଣ ଯଦି ଗୋଟିଏ ଲିଟର ପେଟ୍ରୋଲ ବା ଡିଜେଲ କିଣୁଛନ୍ତି, ତାହେଲେ ଆପଣ କେତେ ଟଙ୍କା ଟିକସ ଆକାରରେ ଦେଉଛନ୍ତି ତାର ଏକ ହିସାବ ଜାଣିରଖନ୍ତୁ । ଯଦି ପେଟ୍ରୋଲ ଲିଟର ପିଛା ଦର ୭୦ ଟଙ୍କା ହୁଏ ତେବେ ରାଜ୍ୟ ଓ କେନ୍ଦ୍ରକୁ ଆପଣ ଦେଉଛନ୍ତି ପ୍ରାୟ ୩୯ ଟଙ୍କା ଟିକସ । ଅର୍ଥାତ୍ ଟିକସକୁ ବାଦ ଦିଆଗଲେ, ଆପଣ ଲିଟରଟିଏ ପେଟ୍ରୋଲ ୩୧ ଟଙ୍କାରେ ପାଇପାରିବେ ।

tax on petrolସେହିଭଳି ଯଦି ଡିଜେଲ ଲିଟର ପିଛା ଦର ୫୮ ଟଙ୍କା ହୁଏ ତେବେ ଆପଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୬ ଟଙ୍କା ଟିକସ ଦେଉଛନ୍ତି । ଯଦି ଏହି ଟିକସ ପରିମାଣକୁ ବାଦ ଦିଆଯାଏ, ତେବେ ଆପଣ ୩୨ ଟଙ୍କାରେ ଗୋଟିଏ ଲିଟର ଡିଜେଲ ପାଇପାରିବେ । ତେଣୁ ଟିକସ ବଢିବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବଢୁଛି । ଯଦିଓ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବହୁ ପରିମାଣରେ କମିଯାଇଛି, କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି ।