ଭାରତକୁ ଫେରିଛନ୍ତି ୪୫୨ ଜଣ ଭାରତୀୟ । ଇଟାଲୀ ଓ ଇରାନରୁ ସ୍ୱତନ୍ତ୍ର ବିମାନରେ ଫେରିଲେ ସମସ୍ତେ । ଟ୍ୱିଟ୍ କରି ବୈଦେଶିକ ବ୍ୟାପାରମନ୍ତ୍ରୀଙ୍କ ସୂଚନା

306

କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ଏବଂ ଆଜି ସକାଳୁ ସକାଳୁ ଦୁଇଟି ବିମାନରେ ଇରାନ ଓ ଇଟାଲୀରୁ ସ୍ୱଦେଶକୁ ଫେରିଛନ୍ତି ସେଠାରେ ରହିଯାଇଥିବା ଭାରତୀୟ । ଇରାନରୁ ୧୩୧ ଜଣ ଛାତ୍ର ଓ ୧୦୩ ଜଣ ପର୍ଯ୍ୟଟକଙ୍କୁ ନେଇ ଫେରିଛି ଏହି ବିମାନ । ଏନେଇ ଭାରତ ସରକାର ଓ ଇରାନ ସ୍ଥିତ ଦୂତାବାସ ପରସ୍ପର ସହ ସମନ୍ୱୟ ରକ୍ଷା କରିବା ସହ ସେଠାରୁ ୨୩୪ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣି ପାରିଛନ୍ତି ।

ସେପଟେ ଇରାଲୀର ମିଲାନରୁ ୨୧୮ ଜଣ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଭାରତ ଫେରାଇ ଅଣାଯାଇଛି । ଏହି ବିମାନରେ ୨୧୧ ଜଣ ଛାତ୍ର ଓ ଅନ୍ୟ ୭ ଜଣ ବ୍ୟକ୍ତି ରହିଛନ୍ତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ସହ ସେଠାରେ ଅବସ୍ଥାପିତ ଅଧିକାରୀଙ୍କୁ ସେମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅନ୍ୟପଟେ ଲୋକମାନେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏହି କାମକୁ ବେଶ୍ ପ୍ରଶଂସା କରିଛନ୍ତି ।