କନକ ବ୍ୟୁରୋ: ମହାରାଷ୍ଟ୍ରରେ ପୁଣିଥରେ ବିସ୍ଫୋରଣ କରିଛି କରୋନା । ପୂର୍ବଥର ଭଳି ଏଥର ବି କରୋନାର ହଟସ୍ପଟ୍ ହୋଇଛି ମୁମ୍ବାଇ । ଏଠାରେ କେବଳ ସାଧାରଣ ଲୋକଙ୍କୁ ଯେ କରୋନା କବଳିତ କରୁଛି ତାହା ନୁହେଁ ବରଂ ଡାକ୍ତରଙ୍କୁ ବି ଅକ୍ତିଆର କରିଚାଲିଛି କରୋନା ।

Advertisment

ବୁଧବାର ମୁମ୍ବାଇରେ ୧୫,୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩ ଦିନରେ ୨୩୦ ରେସିଡେଣ୍ଟ ଡାକ୍ତର କରୋନା ସଂକ୍ରମିତ ଥିବା ଜଣାପଡିଛନ୍ତି । ମାତ୍ର ୩ ଦିନ ମଧ୍ୟରେ ମୁମ୍ବାଇର ବିଭିନ୍ନ ସରକାରୀ ହସ୍ପିଟାଲରେ କାମ କରୁଥିବା ୨୩୦ ଜଣ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ପଜିଟି ଆସିଛି। ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। କେବଳ ମୁମ୍ବାଇ ନୁହେଁ, ପଡ଼ୋଶୀ ଥାଣେରେ ମଧ୍ୟ ୮ ଜଣ ଡାକ୍ତର ଏକାଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ମହାରାଷ୍ଟ୍ର ଆସୋସିଏସନ ଅଫ ରେସିଡେଣ୍ଟ ଡାକ୍ତର(ଏମଏଆରଡି)ର ଜେଜେ ହସ୍ପିଟାଲ ଚାପଟର ସଭାପତି ଗଣେଷ ସୋଲାଙ୍କେ କହିଛନ୍ତି, କେନ୍ଦ୍ରୀୟ ମୁମ୍ବାଇରେ ଥିବା ସରକାରୀ ହସ୍ପିଟାଲ ଗୁଡ଼ିକର ୭୩ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ୩ ଦିନ ମଧ୍ୟରେ ମୁମ୍ବାଇରେ ଥିବା ବିଭିନ୍ନ ହସ୍ପିଟାଲରେ କାର୍ୟ୍ୟରତ ସଂକ୍ରମିତ ଡାକ୍ତରଙ୍କ ସହଖ୍ୟା ୨୩୦ରେ ପହଞ୍ଚିଛି।ଏହାବାଦ କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ୬୦ ଜଣ ରେସିଡେଣ୍ଟ ଡାକ୍ତର, ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲର ୮୦ ଜଣ, ଆରଏନ କୁପର ହସ୍ପିଟାଲର ୭ ଜଣ ଡାକ୍ତର ମଧ୍ୟ ଭାଇରସ ପଞ୍ଝାରେ ପଡ଼ିଛନ୍ତି। ପଡ଼ୋଶୀ ଥାଣେରେ ଥିବା ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲର ୮ ଜଣ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ବୋଲି ସେ କହିଛନ୍ତି।