ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା । ବାଧକ ସାଜିପାରିଲା ନାହିଁ ଦୃଷ୍ଟିହୀନତା । ପ୍ରଥମ ପ୍ରଚେଷ୍ଟାରେ ସିଭିଲ ସର୍ଭିସ ପରୀକ୍ଷାରେ ହେଲେ କୃତକାର୍ଯ୍ୟ

Advertisment
ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା । ବାଧକ ସାଜିପାରିଲା ନାହିଁ ଦୃଷ୍ଟିହୀନତା । ପ୍ରଥମ ପ୍ରଚେଷ୍ଟାରେ ସିଭିଲ ସର୍ଭିସ ପରୀକ୍ଷାରେ ହେଲେ କୃତକାର୍ଯ୍ୟ

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦୃଷ୍ଟିହୀନତା । ସଫଳତାର ଶୀର୍ଷରେ ପହଂଚିବା ପାଇଁ ଥିବା ମନୋବଳ ଲାଗି ଭାରତୀୟ ପ୍ରଶାସନିକ ସେବାରେ ଆଜି କୃତକାର୍ଯ୍ୟ ହେଲେ ଦିବ୍ୟାଙ୍ଗ । ପୁଣି ଥରେ ପ୍ରମାଣ ହେଲା ଯେ, ଇଚ୍ଛାଶକ୍ତି ଆଗରେ ବାଧକ ସାଜିପାରେ ନାହିଁ କୌଣସି ପରିସ୍ଥିତି । କିଛି ପାଇବାକୁ ନିଜ ଭିତରେ ଜିଙ୍ଗ୍ୟାସା ଥିଲେ ସଫଳତାର ଶିଡି ଛଢିବାକୁ ବାସ କେହି ମୁହୂର୍ତ୍ତ ହିଁ ଲାଗିବା । ଆଉ ଆପଣା ଛାଏଁ ସଫଳତା ମିଳିବ । ଜଣେ ଦୃଷ୍ଟିଶକ୍ତି ନ ଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ତାହା ପ୍ରମାଣ କରିଛନ୍ତି।

୨୩ ବର୍ଷିୟ ଗୋକୁଲ୍‌ ନାମକ ଏହି ଯୁବକ ପିଲାଟି ଦିନରୁ ଦୁନିଆକୁ ଦେଖିବାର ସୁଯୋଗ ପାଇନାହାନ୍ତି। ତଥାପି ବି ସେ ହାରି ଯାଇନାହାନ୍ତି। ନିଜ ଇଚ୍ଛା ଶକ୍ତିକୁ ଦୃଢ଼ କରି ସଫଳତାର ନିକଟତର ହୋଇପାରିଛନ୍ତି। ପ୍ରଥମ ଉଦ୍ୟମରେ ଗୋକୁଲ୍‌ ସିଭିଲ୍‌ ସର୍ଭିସ୍‌ ରାଙ୍କ୍‌ ତାଲିକାରେ ସ୍ଥାନ ପାଇଛନ୍ତି। ସେ ଯେତେବେଳେ ନିଜର ପରୀକ୍ଷା ଫଳ ବିଷୟରେ ପ୍ରଥମେ ଶୁଣିବାକୁ ପାଇଲେ ସେତେବେଳେ ତାଙ୍କ ଖୁସିର ସୀମା ରହିଲା ନାହିଁ ବୋଲି ସେ ମତ ରଖିଛନ୍ତି। ଗୋକୁଲ୍‌ ମାର୍‌ ଇଭାନିୟସ୍‌ କଲେଜ୍‌‌ରେ ଇଂରାଜି ଓ ମାତୃଭାଷାରେ ସ୍ନାତକତ୍ତୋର କରିବା ସମୟରେ ସିଭିଲ୍‌ ସର୍ଭିସ ପାଇଁ ଚେଷ୍ଟା କରିଥିଲେ ଓ ‌ତାଙ୍କ ଚେଷ୍ଟା ଶେଷରେ ସଫଳ ବି ହୋଇଛି।

ଗୋକୁଲ୍‌ କେତେ ଜଣ ପ୍ରେରଣାଦାୟକ ଆଇଏଏସ୍‌ ଅଧିକାରୀଙ୍କ ବିଷୟରେ ଗଣମାଧ୍ୟମରୁ ଶୁଣିବା ପ‌ରେ ତାଙ୍କର ସିଭିଲ୍‌ ସର୍ଭିସ ପ୍ରତି ଆଗ୍ରହ ଆସିଥିଲା। ତାଙ୍କୁ ବି ଏପରି ଏକ କ୍ଷେତ୍ରରେ ରହି ଲୋକଙ୍କ ସେବା କରିବା ଉଚିତ ବୋଲି ସେ ଅନୁଭବ କରିଥିଲେ।

କେବଳ ସେତିକି ନୁହେଁ, ପୂର୍ବରୁ କିଛି ଦିବ୍ୟାଙ୍ଗ୍‌ ସିଭିଲ୍‌ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ଗୋକୁଲ୍‌ଙ୍କୁ ଆହୁରି ପ୍ରେରଣା ଦେଇଥିଲା। ସେ ବିନା କୌଣସି କୋଚିଂରେ ପ୍ରଥମ ଥରରେ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ୟ୍ୟ ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ତେବେ ଗୋକୁଲଙ୍କ ସଫଳତା ପରେ ତାଙ୍କୁ ଅନେକ ସ୍ଥାନରୁ ପ୍ରଶଂସା ଓ ଶୁଭେଚ୍ଛା ମିଳିଛୁ । ଯାହାକୁ ନେଇ ସେ ବେଶ ଖୁସିଥିବା କହିଛନ୍ତି । ଏହାସହ ସେ ପ୍ରମାଣ କରି ଦେଖାଇଛନ୍ତି ଯେ, ପରିସ୍ଥିତିର ଦ୍ୱାହି ଦେହି ଯେଉଁ ମାନେ କିଛି କରିବାକୁ ପଛାଉଛନ୍ତି ତାହା ଭୁଲ ଏବଂ ମନରେ ଦୃଢ ଇଚ୍ଛାଶକ୍ତି ଥିଲେ କୌଣସି କାର୍ଯ୍ୟ ବି କରିହେବ ଯେତେ ବାଧାବିଘ୍ନ ଆସୁ ନା କାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe