ଗତ ୨୪ ଘଂଟାରେ ୪୫ ହଜାରରୁ ଅଧିକ ପଜିଟିଭ୍ ସହିତ ଦେଶରେ ୧୨ ଲକ୍ଷ ଟପିଲା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ହଜାରେରୁ ଅଧିକ ମୃତ୍ୟୁ ସହିତ ଦେଶରେ ୨୯ ହଜାର ଅତିକ୍ରମ କରିଛି କରୋନା ମୃତ୍ୟୁ । ଯାହାକି ଗୋଟିଏ ଦିନରେ ରେକର୍ଡ ପରିମାଣର ବୃଦ୍ଧି । ଗତ ୨୪ ଘଂଟାରେ ସାରା ଦେଶରେ ୪୫ ହଜାର ୭୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗୋଟିଏ ଦିନରେ ବର୍ତମାନ ସୁଦ୍ଧା ସର୍ବାଧିକ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ କରୋନା ସଂକ୍ରମଣରେ ଯାଇଛି ୧୧ ଶହ ୨୯ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୯ ହଜାର ୮୬୧ରେ ପହଁଚିଛି ।
ବର୍ତମାନ ସାରା ଦେଶରେ କରୋନା ଆକ୍ଟିଭ୍ ମାମଲା ସଂଖ୍ୟା ୪ ଲକ୍ଷ ୨୬ ହଜାର ୧୬୭ ଏବଂ ସୁସ୍ଥ ସଂଖ୍ୟା ୭ ଲକ୍ଷ ୮୨ ହଜାର ୬୦୬ ରହିଛି । ଗତ ୨୪ ଘଂଟାରେ ସବୁଠାରୁ ଅଧିକ ଚିନ୍ତାଜନକ ରହିଛି ତାମିଲନାଡୁର ସ୍ଥିତି । ଏଠାରେ ଗତ ୨୪ ଘଂଟାରେ ୫ ଶହରୁ ଅଧିକ ମୃତ୍ୟୁ ରେକର୍ଡ ହୋଇଛି । ଏହାକୁ ମିଶାଇ ତାମିଲନାଡୁରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୧୪୪କୁ ବୃଦ୍ଧି ହୋଇଯାଇଛି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୮୬ ହଜାର ୪୯୨ ରହିଛି । ଦେଶରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଜ୍ୟ ମହାରାଷ୍ଟ୍ରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୦୭ ଏବଂ ମୃତ୍ୟୁ ସଂଖ୍ୟା ୧୨ ହଜାର ୫୫୬ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/9-17.jpg)